ଟ୍ରକ୍‌ ଧକ୍କାରେ କଲେଜ ସମ୍ମୁଖରେ ରେଭେନ୍ସା ଛାତ୍ରୀଙ୍କ ମୃତ୍ୟୁ

କଟକ: ଗୁରୁବାର ରେଭେନ୍ସା କଲେଜ ସାମ୍ନାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କଲେଜର ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ଜଣକ ଯୁକ୍ତ ତିନି ତୃତୀୟ ବର୍ଷରେ ପଢ଼ୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଚୌଦ୍ୱାର ଅଞ୍ଚଳରେ ଅନ୍ନପୂର୍ଣ୍ଣା ଚୌଧୁରୀ ବସବାସ କରନ୍ତି । ତାଙ୍କ ପିତା ଜଣେ ଶିକ୍ଷକ ଓ ମାତା  ଶିକ୍ଷୟିତ୍ରୀ ଭାବେ କାମ କରନ୍ତି। ଅର୍ଥଶାସ୍ତ୍ର ବିଭାଗରେ ତୃତୀୟ ବର୍ଷରେ ପାଠ ପଢ଼ୁଥିବା ଅନ୍ନପୂର୍ଣ୍ଣା ଆଜି ଦିନ ଗୋଟାଏ ସମୟରେ କଲେଜ ପରିସରରୁ ସ୍କୁଟିରେ ଯାଉଥିଲେ। ଫଳରେ ଭାରସାମ୍ୟ ହରାଇ ସ୍କୁଟିରୁ ଖସି ପଡ଼ିଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ତାଙ୍କ ଉପରେ ଚଢ଼ି ଚାଲି ଯାଇଥିଲା।  ଘଟଣାସ୍ଥଳରେ ଅନ୍ନପୂର୍ଣ୍ଣାଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଦୁର୍ଘଟଣା ଘଟାଇବା ପରେ ଟ୍ରକ୍‌ ଚାଳକ ଘଟଣାସ୍ଥଳରୁ ତୁରନ୍ତ ଫେରାର ହୋଇଯାଇଥିଲା।

ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ପୁଲିସ ଚାଉଳିଆଗଞ୍ଜ ନିକଟରୁ ଜବତ କରିଛି।

ସମ୍ବନ୍ଧିତ ଖବର