ରାୟଗଡ଼ା: ସୋମବାର ବିଳମ୍ବିତ ରାତିରେ ଜେକେପୁର ନିକଟସ୍ଥ ଏକ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣା ଗ୍ରସ୍ତ ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତକ ୩ ଜଣଙ୍କୁ ଛାଡ଼ିଲା ପରେ ୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଉଲ୍ଲେଖଯୋଗ୍ୟ, କଲ୍ୟାଣପୁରର ସିକରାପାଇ ଗ୍ରାମବାସୀ ଏକ ଭ୍ୟାନ୍ରେ ଜେଜେପୁର ଦୁର୍ଗପୂଜା ଦେଖିବାକୁ ଆସିଥିବା ବେଳେ ଭ୍ୟାନ୍ଟି ନିୟନ୍ତ୍ରଣ ହରାଇ ଏକ ବିଦ୍ୟୁତ୍ ଖୁଣ୍ଟ ସହ ପିଟି ହୋଇ ଯାଇଥିଲା। ପିଟି ହେବା ପରେ ଭ୍ୟାନ୍ଟି ପ୍ରାୟ ୧୫ ଫୁଟଥ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣାରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣଙ୍କୁ ହସ୍ପିଟାଲ୍ ନିଆ ଯାଉଥିବା ବାଟରେ ସେମାନଙ୍କର ମୃତ୍ୟୁ ଘଟିିଛି। ପୁଲିସ୍ ତଦନ୍ତ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/final_bstSnapshot_193471.jpg)