ରାୟଗଡ଼ା: ଆଜିଥିଲା ରାୟଗଡା ବାର ଆସୋସିଏସନର ନିର୍ବାଚନ।ସଭାପତି ପଦବି ପାଇଁ ତିନି ଜଣଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। ମୋହନ ନାୟକ ୩୦ଟି ଭୋଟ ପାଇଥିବା ବେଳେ ଉମାକାନ୍ତ ମିଶ୍ର ୫୯ଟି ଏବଂ ଦେଇ ପ୍ରସାଦ ପଟ୍ଟନାୟକ ୫୮ଟି ଭୋଟ ପାଇ ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି।ସେହିପରି ଉପସଭାପତି ପଦବି ପାଇଁ ପଦ୍ମନାଭ ଦାସ ଏବଂ ସୁରେନ୍ଦ୍ର କୁମାରଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। ପଦ୍ମନାଭ ୮୭ଟି ଭୋଟ ପାଇଥିବା ବେଳେ ସୁରେନ୍ଦ୍ର ୬୨ଟି ଭିତ ପାଇଥିଲେ।ପଦ୍ମନାଭ ୨୫ଟି ଭୋଟରେ ବିଜୟୀ ହୋଇ ଉପସଭାପତି ପଦବିରେ ନିର୍ବାଚିତ ହୋଇଛନ୍ତି। ସମ୍ପାଦକ ପଦବିରେ ଦୁଇଜଣଙ୍କ ମଧ୍ୟରେ ଲଢେଇ ହୋଇଥିବା ବେଳେ ମେଘାନନ୍ଦ ନାୟକ ୫୫ଟି ଭୋଟ ପାଇଥିବା ବେଳେ ବିଶ୍ୱନାଥ ଗନ୍ତୟତ ୯୫ ଟି ଭୋଟ ପାଇଁ ବିଜୟୀ ହୋଇଥିଲେ। ଯୁଗ୍ମ ସମ୍ପାଦକ ଭାବେ ଗୁରୁ ପ୍ରସାଦ ସାହୁ ୬୨ଟି ଭୋଟ ପାଇଥିବା ବେଳେ ରାମକୃଷ୍ଣ ପାଲ୍ଲୀ ୮୫ଟି ଭୋଟ ପାଇ ବିଜୟୀ ହୋଇଥିଲେ। ସେହିପରି କୋଷାଧ୍ୟକ୍ଷ ପଦବୀରେ ମାନସ ରଞ୍ଜନ ରଥ ୬୦ଟି ଭୋଟ ପାଇଥିବା ବେଳେ ଦମୟନ୍ତି ମହାନନ୍ଦିଆ ୮୮ଟି ଭୋଟ ପାଇ ବିଜୟୀ ହୋଇଥିଲେ।
ଦେବୀ ପ୍ରସାଦ ପଟ୍ଟନାୟକ ହେଲେ ରାୟଗଡ଼ା ବାର ଆସୋସିଏସନ ସଭାପତି
/sambad/media/post_attachments/wp-content/uploads/2023/03/IMG-20230325-WA0009.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)