ଗାଡ଼ି ଓଲଟିବାରୁ ବିଡିଓ ସମେତ ୪ ଆହତ, ହସ୍‌ପିଟାଲରେ ଭର୍ତ୍ତି

ରାୟଗଡା: ପାଲେରାପାଡୁ ଘାଟୀରେ ବୁଧବାର ଅପରାହ୍ଣରେ ଗାଡ଼ି ଓଲଟିବାରୁ ରାୟଗଡ଼ା ବିଡିଓ ରାଜେନ୍ଦ୍ର ମାଝୀ ସମେତ ୪ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଡେରେକାପାଡୁ ଠାରୁ ଫେରୁଥିବା ବେଳେ ବ୍ଲକ କାର୍ଯ୍ୟାଳୟର ଗାଡି ଭାରସାମ୍ୟ ହରାଇ ଓଲିଟି ପଡ଼ିଥିଲା। ଆଳୁବାଡି ଗାଁ ନିକଟରେ ଏକ ବୁଲାଣିରେ ଏହି ଗାଡ଼ି ଓଲଟି ଥିଲା। ଗାଡିରେ ବିଡିଓ ରାଜେନ୍ଦ୍ର, ଏବିଡିଓ ନୃସିଂହ ଚରଣ ପଟ୍ଟନାୟକ ଏବଂ ଭିଏଲ୍‌ଡବ୍ଲ୍ୟୁ ଅଜିତ ହୋତା ଥିଲେ। ଦୁର୍ଘଟଣାରେ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତେ ସୁରକ୍ଷିତ ଅଛନ୍ତି।

ସମ୍ବନ୍ଧିତ ଖବର