ରାୟଗଡ଼ା ସିଡ଼ିଏମଓ ନେଲେ କୋଭିଡ ଟିକା, ୩ ଦିନରେ ଟିକା ନେଲେଣି ୧୨୫୦ ଯୋଦ୍ଧା

ରାୟଗଡ଼ା: କୋଭିଡ ବିରୁଦ୍ଧରେ ଚାଲିଥିବା ଶେଷ ଲଢେଇ ସଂଜୀବନି ଟିକା ଅଭିଯାନରେ ସାମିଲ ହୋଇଛନ୍ତି ରାୟଗଡ଼ା ସିଡ଼ିଏମଓ ଡ଼ା. ଆର୍ତ୍ତବନ୍ଧୁ ନାୟକ। ନିଜେ ଟିକା ନେଇ ଅନ୍ୟ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଟିକା ନେଇଥିବା ସୂଚନା ଦେଇଛନ୍ତି ଡ଼ା. ନାୟକ। ଜିଲ୍ଲାର ୮୦୩୮ ଯୋଦ୍ଧାଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ଥିବା ବେଳେ ଗତ ୩ ଦିନରେ ଟିକା ନେଇଛନ୍ତି ୧୨୫୦ ଯୋଦ୍ଧା। ଆଗାମୀ ୨୫ ତାରିଖ ସୁଦ୍ଧା ସମସ୍ତ ଅନ୍ୟ ସମସ୍ତ ଯୋଦ୍ଧାଙ୍କୁ ଶତ ପ୍ରତିଶତ ଟିକାକରଣ ପାଇଁ ଉଦ୍ୟମ ଚାଲିଥିବା ଡ଼ା. ନାୟକ ପ୍ରକାଶ କରିଛନ୍ତି।
ଜାନୁଆରି୧୬ ତାରିଖରୁ ଜିଲ୍ଲାରେ ଆରମ୍ଭ ହୋଇଛି କୋଭିଡ ଟିକାକରଣ। ପ୍ରଥମ ଦିନରେ ୬୦୯, ଦ୍ବିତୀୟ ଦିନରେ ୩୭୯, ତୃତୀୟ ଦିନରେ ୨୬୨ ଯୋଦ୍ଧାଙ୍କୁ ଟିକା ଦିଆଯାଇଛି। ଲକ୍ଷ୍ୟ ସମୟ ସୁଦ୍ଧା ଟିକାକରଣ ଅଭିଯାନକୁ ସଫଳ କରିବା ପାଇଁ ସିଡ଼ିଏମଓ ଅଣ୍ଟା ଭିଡ଼ିବା ସହ ନିଜେ ଟିକା ନେଇଛନ୍ତି। ଯାହା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଓ ଅଧିକାରୀଙ୍କ ମନୋବଳକୁ ସୁଦୃଢ କରିଛି। ୧୪ ଦଫା ପୂରଣ ଦାବିରେ  ଅସ୍ଥାୟୀ ସ୍ୱାସ୍ଥ୍ୟ କର୍ମଚାରୀ ଟିକା ନ ନେଵା ଲାଗି ସରକାରଙ୍କୁ ଚେତାବନୀ ଦେଇ ଥିବାରୁ ସିଡ଼ିଏମଓ ପଦକ୍ଷେପ ଅସ୍ଥାୟୀ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସିଦ୍ଧାନ୍ତରେ ପରିବର୍ତ୍ତନ ଆଣି ପାରିବ ବୋଲି ବିଭାଗୀୟ ଉଚ୍ଚ ଅଧିକାରୀ ପ୍ରକାଶ କରିଛନ୍ତି। ରାୟଗଡ଼ାର ୭ଟି କେନ୍ଦ୍ରରେ ଆରମ୍ଭ ହୋଇଛି ଟିକାକରଣ ଅଭିଯାନ।
ସମ୍ବନ୍ଧିତ ଖବର