ଭୁଲ ଟ୍ରେନ୍‌ରେ ଚଢ଼ି ଯାଇଥିବା ଜାଣି ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ, ସାନ ଭଉଣୀ ଆଗରେ ଚାଲିଗଲା ବଡ଼ ଭଉଣୀର ଜୀବନ

ସୁନ୍ଦରଗଡ: ସୁନ୍ଦରଗଡ଼ର ହେମଗିରି ଷ୍ଟେସନ୍‌ରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ହେମଗିରି ଷ୍ଟେସନ ପ୍ଲାଟ୍‌ଫର୍ମରେ ସାଉଥ୍‌ ବିହାର ଏକ୍ସପ୍ରେସ ଟ୍ରେନ୍‌ରୁ ଖସିପଡ଼ିବା ହେତୁ ବଡ଼ ଭଉଣୀର ମୃତ୍ୟୁ ହୋଇଥିବା ବେଳେ ସାନ ଭଉଣୀକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ସ୍କୁଲ ଛୁଟିଥିବା ହେତୁ ସୁବାସିନୀ ମହାନନ୍ଦିଆ ତାଙ୍କ ବଡ଼ ଭଉଣୀ ବିଦେଶିନୀ ମହାନନ୍ଦିଆଙ୍କ ଶାଶୁ ଘର ଛତିଶଗଡ଼ ରାଇଗଡ଼କୁ ବୁଲିବା ପାଇଁ ଯାଇଥିଲେ। ଆଜି ବଡ଼ ଭଉଣୀ  ସୁବାସିନୀଙ୍କୁ ସ୍କୁଲରେ ଛାଡ଼ିବା ପାଇଁ ଷ୍ଟେସନ୍‌ରେ ପହଞ୍ଚିଥିଲେ।

ପ୍ଲାଟଫର୍ମରେ ଛିଡା ହୋଇଥିବା ସାଉଥ ବିହାର ଏକ୍ସପ୍ରେସ୍‌କୁ ପାସେଞ୍ଜର ଟ୍ରେନ୍‌ ଭାବି ଦୁଇ ଭଉଣୀ ଚଢ଼ି ଯାଇଥିଲେ ଏବଂ ଟ୍ରେନ୍‌ଟି ଛାଡ଼ି ଦେଇଥିଲା। କିଛିବାଟ ଗଲା ପରେ ବିଦେଶିନୀ ଭୁଲ ଟ୍ରେନ୍‌ରେ ଚଢ଼ି ଥିବା ଜାଣିବାକୁ ପାଇଥିଲେ। ଏହାପରେ ହେମଗିରି ଷ୍ଟେସନ୍‌ରେ ଟ୍ରେନ୍‌ ନଅଟକିବାରୁ ଦୁହେଁ ପ୍ରାଣବିକଳରେ ଜିନିଷପତ୍ର ଧରି ତଳକୁ ଡେଇଁ ପଡ଼ିଥିଲେ। ଏହିଥିରେ ବଡ଼ ଭଉଣୀ ବିଦେଶିନୀର ମୃତ୍ୟୁ ହୋଇଥିବା ବେଳେ ସାନ ଭଉଣୀ ସୁବାସିନୀଙ୍କ ଅବସ୍ଥା ଗୁରୁତର ରହିଛି।

ସମ୍ବନ୍ଧିତ ଖବର