ଜୁଆ ଆଡ୍ଡା ଉପରେ ଚଢ଼ଉ; ୧୨ ଗିରଫ, ୧ଲକ୍ଷ ୨୯ହଜାର ଓ ୫୪୦ଟଙ୍କା ଜବତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ଥିବା ଏକ ଜୁଆ ଆଡ୍ଡା ଉପରେ ପୁଲିସ୍‌ ଆକସ୍ମିକ ଚଢ଼ଉ କରିଥିଲା। ଏହି ଚଢ଼ଉ ସମୟରେ ପୁଲିସ ଘଟଣାସ୍ଥଳରୁ ଜୁଆ ଖେଳୁଥିବା ୧୨ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ନଗଦ ୧ଲକ୍ଷ ୨୯ହଜାର ଓ ୫୪୦ଟଙ୍କା ପାଖାପାଖି ଜବତ କରିବା ସହିତ ଅନ୍ୟାନ୍ୟ ଜୁଆ ଖେଳିବା ସାମଗ୍ରୀ ମଧ୍ୟ ଜବତ କରିଛି।

ସୂଚନାଯୋଗ୍ୟ, ପୁଲିସ ବିଶେଷ ସୂତ୍ରରୁ ଏହି ଜୁଆ ଆଡ୍ଡା ବିଷୟରେ ଖବର ପାଇଥିଲା। ଏହାପରେ ଆକସ୍ମିକ ଭାବେ ଜୁଆ ଆଡ୍ଡା ଉପରେ ଚଢ଼ଉ କରି ୧୨ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ଠାରୁ ପୁଲିସ ନଗଦ ଟଙ୍କା ସହିତ ଗୋଟିଏ ମାରୁତି ବ୍ରିଜ୍ଜା କାର, ୯ଟି ମୋଟରସାଇକେଲ, ୧୨ଟି ମୋବାଇଲଫୋନ୍‌ ସହିତ ଅନ୍ୟାନ୍ୟ ଜୁଆସାମଗ୍ରୀ ଆଦି ଜବତ କରିଛଛି। ସମସ୍ତଙ୍କୁ ଆଜି କୋର୍ଟ ଚାଲଣ କରାଯାଇଛି।

ସମ୍ବନ୍ଧିତ ଖବର