ତନଖି ବେଳେ ଗାଡ଼ିରୁ ଜବତ ହେଲା ୧୦ଲକ୍ଷ ଟଙ୍କା, ବ୍ୟବସାୟୀ ଅଟକ

ରାୟଗଡ଼ା: ରାୟଗଡ଼ାରୁ ଗୁରୁବାର ଫ୍ଲାଇଙ୍ଗ ସ୍କ୍ଵାର୍ଡ ତରଫରୁ ୧୦ଲକ୍ଷ ଟଙ୍କା ଜବତ କରାଯାଇଛି। ରାୟଗଡ଼ା ତହସିଲଦାର ଉମା ଶଙ୍କର ବେହେରାଙ୍କ ନେତୃତ୍ୱରେ ଆଜି ଫ୍ଲାଇଙ୍ଗ ସ୍କ୍ଵାର୍ଡ ଅଣ୍ଟାମଡା ଯାଉଥିବା ସମୟରେ କୋତପେଟା ନିକଟରେ ଗାଡ଼ି ଯାଞ୍ଚ କରୁଥିଲେ। ଏହି ସମୟରେ ଗାଡ଼ିରୁ ୧୦ଲକ୍ଷ ଟଙ୍କା ଜବତ କରାଯାଇଛି।

ସୂଚନାଯୋଗ୍ୟ, ଫ୍ଲାଇଙ୍ଗ ସ୍କ୍ଵାର୍ଡ ଏହି ଘଟଣାରେ ୧୦ଲକ୍ଷ ଟଙ୍କା ଜବତ କରିବା ସହିତ ଏନ ପଦ୍ମନାଭ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରା ଉଚରା କରୁଛି। ଅଟକ ବ୍ୟକ୍ତି ଜଣେ କପା ବ୍ୟବସାୟୀ ଓ ସେ କପା ଚାଷୀଙ୍କୁ ପେମେଣ୍ଟ ଦେବା ପାଇଁ ଯାଉଥିଲେ ବୋଲି କହୁଛନ୍ତି। ରାୟଗଡ଼ା ଟାଉନ ପୁଲିସ ଏହାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର