ମୁନିଗୁଡା ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର

Mao poster sticked at muniguda

ମୁନିଗୁଡା: ମୁନିଗୁଡା ଥାନା ଅନ୍ତର୍ଗତ ଭୂର୍ଷିଖମା ଛକ, ରାଜୁଲୁଗୁଡା ଅଙ୍ଗନଓ୍ଵାଡି କେନ୍ଦ୍ର ଓ ରାଜୁଲୁଗୁଡା ଛକ ନିକଟରେ ଗତକାଲି ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା। ଏହି ମାଓ ପୋଷ୍ଟରରେ ବିଡିଏନ ଡିଭିଜନାଲ କମିଟି ସିପିଆଇ(ମାଓବାଦୀ) ଉଲ୍ଲେଖ ରହିଛି। ପୁଲିସ ଓ ସିଆରପିଏଫକୁ ବିରୋଧ କରନ୍ତୁ, ମାଓବାଦୀ ମାନେ ଆଦିବାସୀ, ହରିଜନ ଓ ଗରିବ ଲୋକଙ୍କ ଅଧିକାର ଓ ମୁକ୍ତି ପାଇଁ ଲଢୁଛନ୍ତି, ପୁଲିସ ଡଙ୍ଗରିଆ, ହରିଜନ ପିଲାଙ୍କୁ ମୋବାଇଲ ଦେବା ସହ ଟଙ୍କାର ପ୍ରଲୋଭନ ଦେଖାଇ ଦଲାଲ ବନାଉଛି, ଆମ ଆମ ଭିତରେ ହଣାକଟା କରାଉଛି, ମାଓବାଦୀ ମାନେ କେବେ ବି ନିରୀହ ଆଦିବାସୀ ମାନଙ୍କୁ ମାରନ୍ତି ନାହିଁ, ଦଲାଲଙ୍କୁ ଦଣ୍ଡ ଦିଅନ୍ତି ବୋଲି ଏହି ପୋଷ୍ଟରରେ ଉଲ୍ଲେଖ ରହିଛି। ସେହିପରି ନିୟମଗିରି ଆନ୍ଦୋଳନକୁ ଦୁର୍ବଳ ଓ ଭାଗ ଭାଗ କରିବାକୁ ଷଡଯନ୍ତ୍ର କରାଯାଉଥିବା ଉଲ୍ଲେଖ ଥିବା ବେଳେ ଅନ୍ୟ ଏକ ଆଦିବାସୀ ଭାଷାରେ ଉଲ୍ଲେଖ ପୋଷ୍ଟରରେ ଜିତୁ, ପୂର୍ଣ୍ଣ, ତେଲା, ବୋଲି, ନେପାଳ ଓ ହରବିନ୍ଧୁଙ୍କୁ ପୁଲିସ ଇନଫର୍ମର ଓ କଂପାନିର ଦଲାଲ ସାଜୁଥିବା କାର୍ଯ୍ୟରୁ ଦୂରରେ ରହିବାକୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦିଆଯାଇଛି। ଏହି ମାଓ ପୋଷ୍ଟର ଲାଗିବା ପରେ ଅଞ୍ଚଳବାସୀଙ୍କ ଆତଙ୍କିତ ଅବସ୍ଥାରେ ରହିଛି। ମୁନିଗୁଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୋଷ୍ଟର ଗୁଡିକୁ ଜବତ କରିଥିଲା।

ସମ୍ବନ୍ଧିତ ଖବର