ଭୁବନେଶ୍ବର: ଆଜି ରାଜ୍ୟରେ ୨୯୯୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କରୋନାରେ ୧୦ଜଣଙ୍କ ମୃତ୍ୟୁ ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଆଜି ଗଞ୍ଜାମରୁ ସର୍ବାଧିକ ୩ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ବେଳେ ରାୟଗଡ଼ା ଓ କଟକରୁ ୨ଜଣ ଲେଖାଏଁ, ନୟାଗଡ଼, ବଲାଙ୍ଗୀର ଓ ଗଜପତିରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ଏମାନଙ୍କ ଭିତରେ ୯ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି।
ଗଞ୍ଜାମର ୩ ଜଣ ମୃତକ ପୁରୁଷଙ୍କ ବୟସ ୬୦, ୬୧ ଓ ୭୦ ବର୍ଷ। ରାୟଗଡ଼ାର ୨ ମୃତକ ପୁରୁଷଙ୍କ ବୟସ ୫୬ ଓ ୪୫ବର୍ଷ।

ଅପରପକ୍ଷରେ କଟକର ଯେଉଁ ମହିଳା ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି, ତାଙ୍କର ବୟସ ୮୭ ବର୍ଷ ବୋଲି ଜଣାଯାଇଛି। କଟକର ଜଣେ ୭୫ ବର୍ଷ ବୟସ୍କ ପୁରୁଷଙ୍କର ବି ମୃତ୍ୟୁ ଘଟିଛି। ନୟାଗଡ଼, ବଲାଙ୍ଗୀର ଓ ଗଜପତିରୁ ଯେଉଁ ଜଣେ ଲେଖାଏଁ ପୁରୁଷ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି ସେମାନଙ୍କର ବୟସ ଯଥାକ୍ରମେ ୫୮,୪୭ ଓ ୪୫ ବର୍ଷ। ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି।

ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮ ହଜାର ୫୩୦କୁ ବୃଦ୍ଧିପାଇଛି।
ଅପରପକ୍ଷରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ ମୋଟ୍ ୫୨୨୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୭୯୨ ରହିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ୫୩ ଜଣଙ୍କର ମୃତ୍ୟୁ ହୋଇଛି।