ରାୟଗଡ଼ା: ରାୟଗଡ଼ାରେ ଦେଶୀ ବନ୍ଧୁକ କାରବାର ବଢ଼ି ଚାଲିଥିବା ଜଣାଯାଇଛି। ଗୁଡାରୀ ପୁଲିସ ଦେଶୀ ବନ୍ଧୁକ ଜବତ କରିବା ସହ ୨ ଶିକାରୀଙ୍କୁ ଗିରଫ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି।
ଗିରଫ ଦୁଇ ଅଭିଯୁକ୍ତ ହେଲେ ଗୁମୁଡା ଫାଣ୍ଡି ଅନ୍ତର୍ଗତ ଲକ୍ଷ୍ମୀପୁର ଗାଁର ସୁରେଶ କଇବର୍ତ ଓ ପୂର୍ଣ୍ଣ କାଡରାକା। ଗୋପାଳପୁର ନିକଟରେ ଦୁଇ ଶିକାରୀ, ଶିକାର କରି ଘରକୁ ଫେରୁଥିବାବେଳେ ବନ ବିଭାଗ ମାଡ଼ି ବସିଥିଲା। ଘଟଣାସ୍ଥଳରୁ ବନବିଭାଗ ଏକ ମୃତ ଠେକୁଆ ସହ ଏକ ଦେଶୀ ବନ୍ଧୁକ ଶିକାର ପାଇଁ ଲାଗୁଥିବା ଆଲୁମିନିୟମ୍ ତାର ସହ ଏକ ମୋଟର ସାଇକେଲ ଜବତ କରିଛି। ବନବିଭାଗ ମୃତ ଠେକୁଆର ଶବ ବ୍ୟବଚ୍ଛେଦ କରିବା ସହ ଗିରଫ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/Screen-Shot-2023-12-08-at-10.42.38-AM-750x430-1.png)