୩୨୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ସ୍କୁଟି ଆରୋହୀଙ୍କ ମୃତ୍ୟୁ

ରାୟଗଡ଼ା: ୩୨୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ସ୍କୁଟିରେ ବସି ଯାଉଥିବା ଜଣେ ମହିଳା ଓ ପୁରୁଷଙ୍କୁ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରଲର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ସ୍ଥାନୀୟ ଚାନ୍ଦିଲି ଥାନା ପୁଲିସ ମୃତକଙ୍କ ପରିଚୟ ସ୍ପଷ୍ଟ କରି ନ ଥିବା ବେଳେ ସ୍କୁଟି ଚାଳକ କଲ୍ୟାଣସିଙ୍ଗପୁର ବ୍ଲକ କରପା ପଂଚାୟତ ଅନ୍ତର୍ଗତ ପାଣ୍ଡାପଡ଼ା ଗ୍ରାମର ସୁରେନ୍ଦ୍ର ମହାନନ୍ଦିଆ ବୋଲି ଜଣାପଡ଼ିଥିବା ବେଳେ ମହିଳା ଜଣକ ମନୀଷା ବେଗରାଇ ବୋଲି ପରିଚୟ ମିଳିଛି।

ଉଭୟ ହର୍ଷା ଟ୍ରଷ୍ଟ ନାମକ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ଆଜି ବିଷମକଟକ ଠାରେ ଏକ ମିଟିଂରେ ଯୋଗାଯୋଗ ଦେଇ ରାୟଗଡ଼ାକୁ କୌଣସି କାମରେ ସ୍କୁଟି ଯୋଗେ ଫେରୁଥିବା ବେଳେ ରାତ୍ର ସାଢେ ୮ଟା ସମୟରେ ରାୟଗଡ଼ାରୁ ଜେକେପୁର ଅଭିମୁଖେ ଆସୁଥିବା ଏକ ଟ୍ରଲର (ଓଡି ୧୪ଏବି ୨୭୨୨)ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ସ୍କୁଟିରେ ଥିବା ପୁରେନ୍ଦ୍ର ଓ ମନୀଷାଙ୍କ ମୃତ୍ୟୁ ଘଟିଥିଲା। ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଭାକୁରଗୁଡା ନିକଟସ୍ଥ ୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ପ୍ଳାନେଟୋରିୟମ ନିକଟରେ ଏହି ସଡ଼କ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଚାନ୍ଦିଲି ଥାନା ପୁଲିସ ପହଞ୍ଚି ଟ୍ରଲର ଓ ସ୍କୁଟିକୁ ଆଣି ଥାନାରେ ରଖି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର