୨୫ଏକର ଗଞ୍ଜେଇ ଗଛ ନଷ୍ଟ

ମୁନିଗୁଡା: ରାୟଗଡା ଜିଲ୍ଲାର ଲାଲଗଡ଼ ଭାବେ ପରିଚିତ ତଥା ଆଦିବାସୀ ଅଧ୍ୟୁଷିତ ଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅଡମା ଗ୍ରାମ ନିକଟରେ ୨୫ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ଜିଲ୍ଲା ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ନଷ୍ଟ କରି ଦିଆଯାଇଛି। ଏହାର ଆନୁମାନିକ ମୂଲ୍ୟ ୫କୋଟିରୁ ଊର୍ଧ୍ବ ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ସୂଚନା ଅନୁଯାୟୀ, ଅଡମା ଗ୍ରାମ ନିକଟରେ ବେଆଇନ ଭାବେ ଗଞ୍ଜେଇ ଚାଷ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ରାୟଗଡା ଏସପି ରାହୁଲ ପି.ଆର ଓ ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ଦଣ୍ଡପାଣି ବେହେରାଙ୍କ ନେତୃତ୍ବରେ ମୁନିଗୁଡା ଏସଡିପିଓ ଚନ୍ଦ୍ରଶେଖର ହୋତା, ଥାନା ଅଧିକାରୀ ରାମେଶ୍ବର ପ୍ରଧାନ, ମାଜି‌େ‌ଷ୍ଟ୍ରଟ୍ ତଥା ମୁନିଗୁଡା ତହସିଲଦାର ଆୟୁବ ମଣ୍ଡଳଙ୍କ ସମେତ ପ୍ରାୟ ଶହେରୁ ଊର୍ଧ୍ବ କର୍ମଚାରୀ ଚନ୍ଦ୍ରପୁର ଠାରୁ ଦୀର୍ଘ ୧୦କିଲୋମିଟର ଚାଲି ଚାଲି ଗଞ୍ଜେଇ ଚାଷ ହେଉଥିବା ଅଞ୍ଚଳରେ ପହଞ୍ଚିଥିଲେ। ପରେ ସମସ୍ତ ଗଞ୍ଜେଇ ଗଛକୁ ନଷ୍ଟ କରି ଦିଆଯାଇଥିଲା। ଏହାର ଆନୁମାନିକ ମୂଲ୍ୟ ୫କୋଟିରୁ ଊର୍ଧ୍ବ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ପ୍ରକାଶ ଥାଉକି, ଗତ ୨୪ତାରିଖରେ ପୁଲିସ ପକ୍ଷରୁ ଗ‌େଞ୍ଜଇ ଚାଷ ନକରିବା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ହିଁ ବଡ ଧରଣର ଗ‌େ‌ଞ୍ଜଇ ଚାଷ ନ‌‌ଷ୍ଟ କରିବାର ମାଧ୍ୟମ ପାଲଟିଥିବା ସାଧାରଣରେ ଆଲୋଚନା ହେଉଛି। ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ରପୁର ଥାନା ଏସ୍ଆଇ ଅଶୋକ ପ୍ରଧାନ, ସମୀର ପ୍ରଧାନ ଓ ସୁକାନ୍ତ ପ୍ରଧାନ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର