ତିନି ଟ୍ରାକ୍ଟରରୁ ୨୫ ହଜାର ଟଙ୍କା ଜରିମାନା ଆଦାୟ

ରାୟଗଡ଼ା: ବିନା ପରମିଟରେ ବେଆଇନ ଭାବେ ୩ଟି ଟ୍ରାକ୍ଟରରେ ଚାଲାଣ ହେଉଥିବା ବାଲି ଓ ପଥର ବୋଝେଇ ଟ୍ରାକ୍ଟରକୁ ତହସିଲଦାର ଜବତ କରି ୨୫ହଜାର ଟଙ୍କା ଜରିମାନା ଆଦାୟ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବେଆଇନ ଭାବେ ୩ଟି ଟ୍ରାକ୍ଟର(ଓଆର-୧୮ଏ ୩୧୮୫, ଓଆର-୧୮ ୮୪୨୨ ଏବଂ ଓଡ଼ି-୧୮ଏ ୦୪୪୯)ରେ ବାଲି ଓ ପଥର ବିନା ରୟାଲଟିରେ ଚାଲାଣ ହେଉଥିବା ଖବର ପାଇ ଚଢାଉ କରାଯାଇଥିଲା। ଗାଡି ଯାଞ୍ଚ ପରେ ବାଲି ଟ୍ରାକ୍ଟର ଠାରୁ ୧୦ହଜାର ଏବଂ ପଥର ବୋଝେଇ ଟ୍ରାକ୍ଟର ମାଲିକ ଠାରୁ ୧୫ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ। ଏହି ଚଢାଉରେ ତହସିଲଦାର ଉମା ଶଙ୍କର ବେହେରା, ସୁପରଭାଇଜର ପି ମାଲିକାର୍ଜୁନ ଓ ରାଜସ୍ୱ ନିରୀକ୍ଷକ ଅଶ୍ୱିନୀ ପଣ୍ଡା ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର