ରାୟଗଡ଼ା:ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଦଣ୍ଡାପଡା କେବିକେ ହଷ୍ଟେଲରେ ଅଖାଦ୍ୟ ଖାଇ ୩୫ ଜଣ ଛାତ୍ର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ବିଷମ କଟକ ମେଡିକାଲରେ ଚିକିତ୍ସତ ହେଉଛନ୍ତି।

Advertisment

ଖବର ନେବାରୁ ଜଣା ଯାଇଛି ଯେ ଗତକାଲି ରାତିରେ ପିଲାମାନେ ରାତ୍ରିଭୋଜନ ସାରି ଶୋଇଥିବା ବେଳେ ଆଜି ସକାଳେ ପିଲାମାନଙ୍କର ପେଟ ଦରଜ ହେବା ସହ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ପିଲାମାନଙ୍କୁ ବିଷମ କଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇଥିଲା। ସମସ୍ତ ଛାତ୍ରଙ୍କ ଚିକିତ୍ସା ଆରମ୍ଭ ହୋଇଛି।