୩ବର୍ଷର ଶିଶୁ ନିଖୋଜ

ଗୁଣପୁର: ରାୟଗଡା ଜିଲ୍ଲା ଗୁଣପୁର ବ୍ଲକର ଗାଡିଆବାଙ୍ଗ ଗ୍ରାମର ଆଲପିଆ ଶବରଙ୍କ ୩ବର୍ଷର ଶିଶୁ ନିଖୋଜ ହୋଇଯାଇଥିବା ଜଣାପଡିଛି। ପରିବାର ଲୋକ, ଗ୍ରାମବାସୀ, ପୁଲିସ ଓ ଦମକଳ ବାହିନୀ ଦୀର୍ଘ ୨୪ଘଣ୍ଟା ଧରି ଗାଁ ଓ ପାହାଡ ସାରା ଖୋଜିବା ପରେ ମଧ୍ୟ ଶିଶୁଟିର ଖୋଜଖବର ମିଳିନି। ଏନେଇ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି।

ସୂଚନା ଅନୁଯାୟୀ, ଗୁଣପୁର ବ୍ଲକ ଚିନ୍ନାସାରୀ ପଞ୍ଚାୟତ ଅନ୍ତର୍ଗତ ଗାଡିଆବାଙ୍ଗ ଗ୍ରାମର ଆଲପିଆ ଶବର ନିଜ ପରିବାର ସହ ଗତକାଲି ନିକଟସ୍ଥ ଜଙ୍ଗଲକୁ କାଜୁ ସଂଗ୍ରହ କରିବାକୁ ଯାଇଥିଲେ। ଆଲପିଆ ଶବରଙ୍କ ୩ବର୍ଷର ପୁଅ ପ୍ରଜିତ ଗାଁ ଦାଣ୍ଡରେ ସାଙ୍ଗସାଥିଙ୍କ ସହ ଖେଳୁଥିବାରୁ ପରିବାର ଲୋକ ପ୍ରଜିତକୁ ଛାଡି ଜଙ୍ଗଲକୁ ଚାଲିଯାଇଥିଲେ। ତେବେ କାଜୁ ସଂଗ୍ରହ କରି ଫେରିବା ବେଳକୁ ପ୍ରଜିତ ନିଖୋଜ ଥିବା ପରିବାର ଲୋକ ଜାଣିବାକୁ ପାଇଥିଲେ। ପରେ ପରିବାର ଲୋକ ଗାଁ ସାରା ଖୋଜିବା ପରେ ମଧ୍ୟ ପ୍ରଜିତକୁ ପାଇନଥିଲେ। ଏନେଇ ଖବର ପ୍ରଚାରିତ ହେବା ପରେ ଗ୍ରାମବାସୀ ପାହାଡ ଉପରେ ଖୋଜାଖୋଜି କରିଥିଲେ। ଖବର ପାଇ ସ୍ଥାନୀୟ ଥାନା ଓ ଦମକଳ ବାହିନୀ ପାହାଡ ସାରା ଖୋଜିଥିଲେ।  ସାଥିରେ ଶହେରୁ ଊର୍ଧ୍ୱ ଗ୍ରାମବାସୀ ମଧ୍ୟ ଖୋଜାଖୋଜି କରିଥିଲେ। କିନ୍ତୁ ପ୍ରଜିତକୁ ପାଇନଥିଲେ। ପ୍ରଜିତ ନିଖୋଜ ହେବା ପରେ ପରିବାର ଲୋକ ଚିନ୍ତାରେ ପଡିଛନ୍ତି।

ସମ୍ବନ୍ଧିତ ଖବର