କାଶୀପୁର: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଦୋରାଗୁଡ଼ା ଥାନା ପୁଲିସ ଆଜି ଚାରି ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ଦୋରା ଗୁଡ଼ା ଥାନା ଅନ୍ତର୍ଗତ ଡିମୁଣ୍ଡି ଗ୍ରାମର ପରମାନନ୍ଦ ନାଏକଙ୍କୁ ମାଓବାଦୀ ନାମରେ ଧମକ ଦେଇ ୬୦ ଲକ୍ଷ ଟଙ୍କା ମାଗୁଥିଲେ। ପୁଲିସ ଏହାର ତଦନ୍ତ କରି ଦୁଇ ଯୁବତୀଙ୍କ ସହ ଚାରିଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କାଶୀପୁର ଥାନା ଅନ୍ତର୍ଗତମାଳି ଗାଁର ପିଣ୍ଟୁ ଓରଫ ରମେଶ ନାଏକ, କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ମଣ୍ଡଳ ଗ୍ରାମର ସୂର୍ଯ୍ୟ ଓରଫ ଯଶୋବନ୍ତ ନାଏକ (୨୭), ପତ୍ନୀ ବର୍ଷା ନାଏକ (୨୫) ଏବଂ ଝାରସୁଗୁଡା ଅଞ୍ଚଳରେ କଲ୍ୟାଣୀ ପଞ୍ଚ ଭୟା(୩୫)ବୋଲି ଜଣା ଯାଇଛି ।
ମାଓବାଦୀ ନାମରେ ଧମକ ମିଳୁଥିବା ନେଇ ପରମାନନ୍ଦ ନାଏକଙ୍କ ପତ୍ନୀ ଚଳିତ ମାସ ୧୧ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସଏସଡିପିଓଙ୍କ ନେତୃତ୍ୱରେ ଦୋରା ଗୁଡ଼ା ଥାନା ଆଇ ଆଇ ସି କିରଣ ବାଳା ସାମଲ ଓ ପୁଲିସ ଟିମ ଏହାର ତଦନ୍ତ କରି ଚାରି ନକଲି ମାଓବାଦୀଙ୍କୁ ଗିରଫ କରିବା ସହ ଦୁଇଟି ମାଓ ଲିପଲେଟ ଏବଂ ଚାରୋଟି ମୋବାଇଲ ଜବତ କରିଥିବାର ଜଣାଯାଇଛି। ଏହି ଘଟଣାରେ ପୁଲିସ ଆଜି ପ୍ରେସ ନୋଟ ଜରିଆରେ ଗଣମାଧ୍ୟମକୁ ସୂଚନା ଦେଇଛି ।
ସୂଚନାଯୋଗ୍ୟ, ଚଳିତ ମାସର ତିନି ଏବଂ ପାଞ୍ଚ ତାରିଖରେ ଏ କେ ବି ସିପିଆଇ ମାଓବାଦୀର ସମ୍ପାଦକ ଉଦୟ ଓରଫ କୈଳାସ ନାମରେ ଧମକପୂର୍ଣ୍ଣ ଦୁଇଟି ହାତ ଲେଖା ଚିଠି ପରମାନନ୍ଦ ନାଏକଙ୍କ ଅନୁପସ୍ଥିତରେ ତାଙ୍କ ଘରକୁ ପଠାଇବା ସହ ଫୋନରେ ଧମକ ଦେଇଥିଲେ। ତୁମେ ଦୁର୍ନୀତିରେ ଲିପ୍ତ ଥିବାରୁ ୬୦ ଲକ୍ଷ ଟଙ୍କା ତୁରନ୍ତ ନ ଦେଲେ ପ୍ରଜା କୋର୍ଟରେ ଦଣ୍ଡିତ କରାଯିବାର ଧମକ ଦିଆ ଯାଇଥିଲା। ପୁଲିସ ଫୋନକଲକୁ ଟ୍ରାକିଂକରି ଅଭିଯୁକ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/0f2ec108-6b91-4b75-9b0f-7e75aab50031.jpeg)