ରାୟଗଡା: ରାୟଗଡା ଜିଲ୍ଲା ଦୌରାଜଜ୍ କୋର୍ଟରେ ଏକ ଜାତିଆଣ ମାମଲାର ବିଚାରକରି ସ୍ୱତନ୍ତ୍ର ବିଚାରପତି ବିଶ୍ୱଜିତ ଦାସ ୫ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୬ମାସ କାରାଦଣ୍ଡ ଦେଇଛନ୍ତି। ସୂଚନା ଅନୁଯାୟୀ, ଗତଦିନରେ କୋରାପୁଟ ଛକ ନିକଟସ୍ଥ ହରିଜନ ସାହିର ଦିଲ୍ଲୀପ ଖୋରାଙ୍କ ସହ ରାମକୃଷ୍ଣ ନଗରର ବୁଲୁ ମହାରଣା, ବାବୁଲି ମହାରଣା, ମିଜୁ ମହାରଣା, କୁନୁ ମହାରଣା, ବାଇରୁ ମହାରଣାଙ୍କ ଝଗଡ଼ା ହୋଇଥିଲା। ବିଜୟ ନାୟକ ନାମକ ଜଣେ ବ୍ୟକ୍ତି ବିବାଦର ସମାଧାନ ପାଇଁ ହସ୍ତକ୍ଷେପ କରିଥିଲେ। ପରବର୍ତୀ ସମୟରେ ଅଭିଯୁକ୍ତ ୫ଜଣ ବିଜୟଙ୍କ ଘରକୁ ଯାଇ ତାଙ୍କୁ ଓ ପରିବାର ସଦସ୍ୟଙ୍କୁ ଗାଳି ଗୁଲଜ କରିଥିଲେ। ଏପରିକି ଜାତିଆଣ ଅକ୍ଷେପ କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାର ବିଚାର କରି ଜିଲ୍ଲା ଦୌରାଜଜ୍ ତଥା ସ୍ୱତନ୍ତ୍ର ଜଜ୍ ବିଶ୍ୱଜିତ ଦାସ ୫ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୬ମାସ କାରାଦଣ୍ଡ ପାଇଁ ନିର୍ଦେଶ ଦେଇଛନ୍ତି। ଏହି ମାମଲାକୁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପିପି ବ୍ରଜ ସୁନ୍ଦର ନାୟକ ଏବଂ ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ଟୁଟୁ ମଲ୍ଲିକ ପରିଚାଳନା କରୁଥିଲେ। ତେବେ ଦୋଷୀ ସାବ୍ୟସ୍ତ ୫ ଜଣ ପୁଣି ଅପିଲ କରିବାରୁ ସେମାନଙ୍କୁ ଜାମିନରେ ଛଡାଯାଇଛି।
ଜାତିଆଣ ମାମଲାରେ ୬ମାସ ଜେଲ
/sambad/media/post_attachments/wp-content/uploads/2018/04/jail-11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)