ରାୟଗଡା: ନିର୍ବାଚନ ପୂର୍ବରୁ ଜିଲ୍ଲାରେ ଚୋରା ମଦ କାରବାର ରୋକିବାକୁ ଜିଲ୍ଲା ଅବକାରୀ ବିଭାଗ ଧରପଗଡ ଅଭିଯାନକୁ ଜୋରଦାର୍ କରିଛି। ଗତ ୧୮ ଦିନ ମଧ୍ୟରେ ବିଭାଗ ୮୧ଟି ମାମଲା ରୁଜୁ କରିଥିବା ବେଳେ ୪୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥି ସହିତ ୪୪ ହଜାର ୪୦ ଲିଟର ପୋଚ ନଷ୍ଟ କରିବା ସହ ୧୭୬୯ ଲିଟର ଦେଶୀ ମଦ, ୧୬୦ ଲିଟର ତାଡି, ୪.୫ ଲିଟର ବିଦେଶୀ ମଦ ଜବତ କରିଛି। ଜିଲ୍ଲାପାଳ ଓ ନିର୍ବାଚନ କମିଶନଙ୍କ ନିର୍ଦେଶନୁଯାୟୀ ମଦ ଧରପଗଡକୁ ଆହୁରି ଜୋରଦାର୍ କରାଯିବ ବୋଲି ଜିଲ୍ଲା ଅବକାରୀ ଅଧୀକ୍ଷକ ଦଣ୍ଡପାଣି ବେହେରା ସୂଚନା ଦେଇଛନ୍ତି। ଆନ୍ଧ୍ର-ଓଡ଼ିଶା ସୀମା ସମେତ ପଡୋଶୀ ଜିଲ୍ଲାରୁ ବ୍ୟାପକ ପରିମାଣର ଚୋରା ମଦ ଜିଲ୍ଲାକୁ ଆସୁଥିବା ରିପୋର୍ଟ ମିଳିବା ପରେ ବିଭାଗ ଧରପଗଡ ଆରମ୍ଭ କରିବା ସହିତ ବେଆଇନ ମଦ ଭାଟି ଉପରେ ଚଢ଼ାଉ ଜାରି ରଖିଛି। ଫ୍ଲାଇଂ ସ୍କ୍ବାଡ ଚୋରା ମଦ କାରବାର ଉପରେ ତୀକ୍ଷଣ ନଜର ରଖିବା ପରେ ପ୍ରତିଦିନ ମାମଲା ରୁଜୁ ହେବାରେ ଲାଗିଛି। ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ୨୮ ତାରିଖ ସୁଦ୍ଧା ବିଭାଗ ୮୧ ମାମଲା ରୁଜୁ କରିଛି। ଗତ ୧୦ ତାରିଖରେ ୫ଟି ମାମଲାରେ ୫ ଜଣଙ୍କୁ ଗିରଫ କରିଥିବା ବେଳେ ୧୧ ତାରିଖରେ ୨ ଜଣ, ୧୨ ତାରିଖରେ ୮ ଜଣ, ୧୩ ତାରିଖରେ ୫ ଜଣ, ୧୪ ତାରିଖରେ ୧୫ ଜଣ, ୧୫ ତାରିଖରେ ୪ ଜଣ, ୧୬ ତାରିଖରେ ୪ ଜଣ, ୧୭ ତାରିଖରେ ୧୩ ଜଣ, ୧୮ ତାରିଖରେ ୧୭ ଜଣ, ୧୯ ତାରିଖରେ ୫ ଜଣ, ୨୦ ତାରିଖରେ ୫ ଜଣ, ୨୧ ତାରିଖରେ ୧୧ ଜଣ, ୨୨ ତାରିଖରେ ୩ ଜଣ, ୨୩ ତାରିଖରେ ୧୦ ଜଣ, ୨୪ ତାରିଖରେ ୯ ଜଣ, ୨୫ ତାରିଖରେ ୪ ଜଣ, ୨୬ ତାରିଖରେ ୬ ଜଣ, ୨୭ ତାରିଖରେ ୭ ଜଣଙ୍କୁ ବେଆଇନ ମଦ ବିକ୍ରି ଓ ଚାଲାଣ ଅଭିଯୋଗରେ ବିଭାଗ ଗିରଫ କରିଛି। ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦେଶନୁଯାୟୀ ଜିଲ୍ଲାର ସମସ୍ତ ବ୍ଲକରେ ଏହି ଅଭିଯାନକୁ ଜୋରଦାର୍ କରାଯାଇଛି ବୋଲି ଅଧୀକ୍ଷକ ଶ୍ରୀ ବେହେରା ସୂଚନା ଦେଇଛନ୍ତି।
୧୮ ଦିନରେ ୮୧ ମାମଲା, ୪୧ ଗିରଫ
ଅବକାରୀ ଚଢ଼ାଉ ଜୋରଦାର
/sambad/media/post_attachments/wp-content/uploads/2019/03/tment-can-i-go-to-rehab-instead-of-jail-article-photo-hands-of-prisoner-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)