ରାୟଗଡ଼ା: ନିୟମଗିରିରେ ବଜ୍ରାଘାତ, ୯୭ ଗୋରୁ ମୃତ

ରାୟଗଡ଼ା: ବଜ୍ରାଘାତ ଯୋଗୁଁ ମଙ୍ଗଳବାର ୯୭ଟି ଗୋରୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ରାୟଗଡ଼ା ସୀମାରେ ଥିବା ନିୟମଗିରି ପାହାଡ ଗାଈ-ଗୋରୁମାନେ ଏକାଠି ଥିବା ବେଳେ ବଜ୍ରାଘାତ ହୋଇଥିଲା। ଆଜି ସନ୍ଧ୍ୟାରେ ବିଷମ କଟକ ବ୍ଲକ ଅନ୍ତର୍ଗତ ପାଇକଡାକୁଲୁଗୁଡ଼ା ଗାଁରେ ପ୍ରାୟ ୫ଟା ବେଳକୁ ଘଡ଼ଘଡ଼ି ସାଙ୍ଗକୁ ବଜ୍ରାଘାତ ହୋଇଥିଲା। ଫଳରେ ପ୍ରାୟ ୯୭ଟି ଗୋରୁଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ ଚିନ୍ତାମଣି ଗୌଡଙ୍କ ୨୫ଟି ଗୋରୁ, କମ୍ଭୁକୁ ଗୌଡ଼ଙ୍କ ୧୦ଟି, ମୁରଲି ଗୌଡ଼ଙ୍କ ୧୫ଟି, ଜଳନ୍ଧର ଗୌଡ଼ଙ୍କ ୧୨ଟି, ସୁଦାମ ଗୌଡ଼ଙ୍କ ୧୫ଟି, ଏଣ୍ଡୁ ମାଝିଙ୍କ ୧୨ଟି, ସୁରେନ୍ଦ୍ର ଗୌଡ଼ଙ୍କ ୮ଟି ଗୋରୁ ମରି ଯାଇଥିବା ଜଣାପଡ଼ିଛି। ଏତେ ସଂଖ୍ୟାରେ ଗାଈ ଗୋରୁଙ୍କ ମୃତ୍ୟୁ ହେବା ପରେ ସରକାରଙ୍କ ପକ୍ଷରୁ ଅନୁକମ୍ପା ରାଶି ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର