ଗୁମ୍ମା ଘାଟିରେ ଓଲଟିଲା କାଠ ବୋଝେଇ ଟ୍ରକ୍, ବର୍ତ୍ତିଗଲେ ଡ୍ରାଇଭର୍‌, ହେଲ୍‌ପର ଓ ଟ୍ରକ୍‌ ମାଲିକ

ରାୟଗଡ଼ା: ୩୨୬ ନଂ ଜାତୀୟ ରାଜପଥର ଗୁମ୍ମା ଘାଟିରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ କାଠ ବୋଝେଇ ଟ୍ରକ ଘାଟି ତଳକୁ ଓଲଟି ପଡିଛି। ସୌଭାଗ୍ୟବଶତଃ ଟ୍ରକ ଡ୍ରାଇଭର, ହେଲପର ଓ ମାଲିକ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି।
ଆଜି ସକାଳେ ଟ୍ରକଟି କାଠ ବୋଝେଇ କରି ଜେକେ କାଗଜକଳକୁ ଯାଉଥିଲା। ଟ୍ରକଟି ଘାଟିରୁ ଓଲ୍ହାଉ ଥିବା ବେଳେ ବ୍ରେକ ଫେଲ ହୋଇଯାଇଥିଲା। ଡ୍ରାଇଭର ଟ୍ରକକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରି ବିଫଳ ହେବା ପରେ ଘାଟି ତଳକୁ ଖସି ପଡିଥିଲା। ସ୍ଥାନୀୟ ଲୋକେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଭିତରେ ଥିବା ସମସ୍ତଙ୍କୁ ଉଦ୍ଧାର କରିଛନ୍ତି। ରାୟଗଡ଼ା ପୁଲିସ ଆମ୍ବୁଲାନ୍ସ ଜରିଆରେ ଆହତଙ୍କୁ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛି।

ସମ୍ବନ୍ଧିତ ଖବର