ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

କଲ୍ୟାଣସି˚ହପୁର : ରାୟଗଡା ଜିଲ୍ଲା କଲ୍ୟାଣସି˚ହପୁର ବ୍ଲକରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ଗ୍ରାମର ଜଣେ ବ୍ୟକ୍ତି ନିଜ ନାବାଳିକା ଝିଅର ପାଠ ପଢିବା ସୁବିଧା ନିମନ୍ତେ ମାଝିଗୁଡା ଗ୍ରାମର ଜଣକ ଘରେ ରଖି ସ୍ବାମୀ ସ୍ତ୍ରୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଇଥିଲେ। ନାବାଳିକା ଆଦର୍ଶ ବିଦ୍ୟାଳୟରେ ପାଠ ପଢୁଥିବା ଯୋଗୁଁ ନେବାଆଣିବା ସକାଶେ ତାଙ୍କ ବାପା ଏକ ସ୍କୁଟି କିଣି ମାଝିଗୁଡାର ବ୍ୟକ୍ତିଙ୍କୁ ଦେଇଥିଲେ। ଗତ ୧୦ ତାରିଖରେ ବିଦ୍ୟାଳୟକୁ ଯିବା ବୋଲି କହି ନାବାଳିକାକୁ ଉକ୍ତ ବ୍ୟକ୍ତି କୁଆଡେ ଅପହରଣ କରି ନେଇଯାଇଥିଲା। ଏନେଇ ପୀଡିତାଙ୍କ ବାପା ଥାନାରେ ଲିଖତ ଅଭିଯୋଗ କରିବା ପରେ ଥାନା ଅଧିକାରୀ କପିଳେଶ୍ବର ବେହେରାଙ୍କ ନିର୍ଦଶକ୍ରମେ ଏସ୍ଆଇ ଦିିପ୍ତୀରଂଜନ ସାହୁଙ୍କ ସହ କର୍ମଚାରୀମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେବି ମିଳିନଥିଲା। କଳାହାଣ୍ତି ଜିଲ୍ଲା ଲାଞ୍ଜିଗଡ ବ୍ଲକର ବିଜେପୁର ଥାନା ଅନ୍ତର୍ଗତ ତିରିମୁହିଁ ଗ୍ରାମରେ ଉଭୟ ଥିବା ନେଇ ବାପା ଥାନାରେ ସୂଚନା ଦେବା ପରେ ଏସ୍ଆଇ ଶ୍ରୀ ସାହୁ ଉକ୍ତ ଗ୍ରାମକୁ ଯାଇ ଉଭୟଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ଉଭୟଙ୍କ ଡାକ୍ତରୀ ମାଇନା କରାଯାଇଥିବା ବେଳେ ଦୁଷ୍କର୍ମକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ଥାନାରେ କେସ ନ˚ ୧୪୦/୧୮ରେ ଏକ ମାମଲା ଜୁରୁ କରି ତଦନ୍ତ ଚାଲିଥିବା ପୁଲିସ କହିଛି। ନାବାଳିକାକୁ ରାୟଗଡାରେ ଡାକ୍ତରି ମାଇନା ପରେ ମାଜିଷ୍ଟ୍ରେଷ୍ଟଙ୍କ ନିକଟରେ ୧୬୪ ବୟାନ ରେକର୍ଡ କରାଯାଇଥିବା ଏସଆଇ ଦିପ୍ତୀରଞ୍ଜନ ସାହୁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର