ରାୟଗଡ଼ା,: ଗତକାଲି ଆଇନଜିବୀ କେ ମଧୁସୂଦନ ରାଓ(୪୦)ଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁର କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ସେ ଦୀର୍ଘ ଦିନ ହେଲା ଅତ୍ୟଧିକ ମଦ୍ୟପାନ କରୁଥିବାରୁ ଶରୀର ଅସୁସ୍ଥ ହୋଇ ହଠାତ ତାଙ୍କର ମୃତ୍ୟୁ ଘଟିଛି ବୋଲି ସହଯୋଗୀ ମାନେ କହୁଥିବା ବେଳେ ଗତ ମଇ ମାସରେ ସ୍ୱର୍ଗତ ମଧୁ ଲେଖିଥିବା ଏକ ସୁଇସାଇଡ଼ାଲ ନୋଟକୁ ପୁଲିସ ଜବତ କରିଛି। ସେଥିରେ ପାରିବାରିକ କାରଣରୁ ଆତ୍ମହତ୍ୟା କରିବେ ବୋଲି ଉଲ୍ଲେଖ ରହିଛି। ସେ ନିୟମିତ ଭାବେ ଅତ୍ୟଧିକ ମଦ୍ୟପାନ କରୁଥିବାରୁ ତାଙ୍କର ହଠାତ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ କହୁଛନ୍ତି। ତିନି ମାସ ପୂର୍ବେ ଲିଖିତ ସୁଇସାଇଡ଼ାଲ ନୋଟରେ କେତେ ସତ୍ୟତା ରହିଛି ତାହା ବ୍ୟବଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ସବ୍ ଇନ୍ସପେକ୍ଟର ଶଙ୍କର ପଣ୍ଡା ସୂଚନା ଦେଇଛନ୍ତି। ସ୍ୱର୍ଗତ ମଧୁଙ୍କ ମୃତ୍ୟୁରେ ରାୟଗଡ଼ା ଓକିଲ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରି ଆଜି କାର୍ଯ୍ୟ ବନ୍ଦ କରାଯାଇଥିଲା।
ଆଇନଜୀବୀ କେ.ମଧୁସୂଦନଙ୍କ ସନ୍ଦେହ ଜନକ ମୃତ୍ୟୁ !
/sambad/media/post_attachments/wp-content/uploads/2018/07/raygda1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)