ରାୟଗଡ଼ା: ସନ୍ଧ୍ୟାରେ କାଶିପୁର ବ୍ଲକ ଦୋରାଗୁଡ଼ା ଥାନା ଅନ୍ତର୍ଗତ କୋର ଛକ ନିକଟରେ ଏକ ଅଟୋ ଓଲଟି ପଡିବା ଫଳରେ ୬ ଜଣ ଯାତ୍ରୀ ଆହାତ ହୋଇଥିବା ଜଣାପଡ଼ିଛି। ଆହାତ ଯାତ୍ରୀଙ୍କୁ ସ୍ଥାନୀୟ ଲୋକ ନୂଆପଡ଼ା ଉତ୍କଳ ଆଲୁମୀନା କାରଖାନା ହାସପାତଳରେ ଭର୍ତ୍ତି କରାଯାଇଛି । କାଶିପୁର ବ୍ଲକ ଏକଡ଼େଲି ଗ୍ରାମର ୧୨ ଜଣ ଯାତ୍ରୀକୁ ନେଇ ଏକ ଅଟୋ ବିଳମାଳ ଗ୍ରାମର ଜଣେ ସଂପର୍କୀୟଙ୍କ ଦଶାହ କାର୍ଯ୍ୟରେ ଯୋଗଦେବାକୁ ଯାଇଥିଲେ। ସେଠାରୁ ନିଜ ଗାଁ ଏକଡ଼େଲିକୁ ଫେରୁଥିବା ବେଳେ କୋର ଛକ ନିକଟରେ ଭାରସାମ୍ୟ ହରାଇ ଅଟୋ ଓଲଟି ପଡ଼ିଥିଲା। ଏଥିରେ ଥିବା ୬ ଜଣ ଯାତ୍ରୀ ବାଲିକି ମାଝୀ, ସୈମେନ୍ଦ୍ର ମାଝୀ, ନୁନାଇ ମାଝୀ, ମୁକୁନ୍ଦି ମାଝୀ ଓ ଧନେଶ୍ୱର ମାଝୀ ଆହାତ ହୋଇଥିଲେ।
ଅଟୋ ଦୁର୍ଘଟଣା: ୬ ଯାତ୍ରୀ ଆହାତ
/sambad/media/post_attachments/wp-content/uploads/2018/05/gjapati.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)