ରାୟଗଡ଼ା: ବିଜିଏନ ଡିଭିଜିନାଲ କମିଟି ପକ୍ଷରୁ ଗତ କିଛି ଦିନ ତଳେ ୭ଟି ବନ୍ଦ ଡାକରା ଦେଇଥିଲେ। ଆଜି ମୋ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଚନ୍ଦ୍ରପୁର ବ୍ଲକରେ ମାଓବାଦୀ ରାସ୍ତାରେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି।ଏଥିସହ ବ୍ୟାନର ଓ ପୋଷ୍ଟର ମାରି ସରକାରଙ୍କୁ ବିଭିନ୍ନ ଦାବି ପୂରଣ ନେଇ ଧମକ ଦେଇଛନ୍ତି।

Advertisment

publive-image

୧୦ ଦଫା ଦାବି ନେଇ ଅଡିଓ ଟେପ ଜାରି କରିଥିଲେ। ରାସ୍ତା ଅବରୋଧ ଥିବାରୁ ଯିବା ଆସିବା ଏକ ପ୍ରକାର ଠପ୍ ହୋଇଯାଇଛି। ଲୋକେ ଭୟଭୀତ ହୋଇଛନ୍ତି। ପୁଲିସ ତରଫରୁ ଘଟଣାସ୍ଥଳରେ କେହି ପହଞ୍ଚିନଥିବା ବେଳେ ସୁରକ୍ଷାକୁ ଚିନ୍ତା ବଢ଼ାଇଛି।