ରାୟଗଡ଼ା: କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକାଙ୍କୁ ପୁଣି ଥରେ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ଭାବରେ ଦାୟିତ୍ବ ଗ୍ରହଣ କରିବାକୁ ପାଇଁ ମନୋନୀତ କରାଯାଇଛି। ମ‌ନ‌ୋନୀତ ହେବା ପରେ ସାଂସଦ ସପ୍ତଗିରି ନିଜ ପ୍ରତିକ୍ରିୟାରେ କହିଛିନ୍ତି ମୋ ଉପରେ ବିଶ୍ୱାସ ରଖି ଦାୟିତ୍ବ ଦେଇଥିବାରୁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କୁ ଧନ୍ୟବାଦ ଦେବା ସହ କୃତଞ୍ଜତା ଜଣାଇଛନ୍ତି।

Advertisment

ସାଂସଦ ସପ୍ତଗିରି କହିଛନ୍ତି ମୁଁ ଦାୟିତ୍ବ ନେବା ପରେ ସାରା ଦେଶରେ ଗ୍ରାମୀଣ ବିକାଶକୁ ସୁଦୃଢ଼ କରିବା ଏବଂ ପଞ୍ଚାୟତଗୁଡ଼ିକୁ ସଶକ୍ତ କରିବା ପାଇଁ ପୂର୍ଣ୍ଣ ପ୍ରତିବଦ୍ଧତାର ସହିତ କାର୍ଯ୍ୟ ଜାରି ରଖିବି। ଲୋକସଭା ଏବଂ ରାଜ୍ୟସଭା ଉଭୟର ସହକର୍ମୀମାନଙ୍କୁ ନେଇ କମିଟିକୁ ପୁନର୍ଗଠିତ କରାଯାଇଛି।

 

ମୁଁ ମନରେଗା, ପିଏମଜିଏସୱାଇ ରାସ୍ତା, ଗ୍ରାମୀଣ ଗୃହ, ପଞ୍ଚାୟତିରାଜ ପ୍ରତିଷ୍ଠାନ ଏବଂ ସାମଗ୍ରିକ ଗ୍ରାମୀଣ ଶାସନର ପ୍ରମୁଖ ସମସ୍ୟାଗୁଡ଼ିକର ସମାଧାନ ପାଇଁ ସେମାନଙ୍କ ସହିତ କାମ କରିବି ବୋଲି କହିବା ସହ ଆମେ ଆମର ଗ୍ରାମଗୁଡ଼ିକୁ ଆତ୍ମନିର୍ଭରଶୀଳ ଏବଂ ସ୍ପନ୍ଦନଶୀଳ କରିବା ପାଇଁ ପ୍ରୟାସ କରିବୁ କୋରାପୁଟ ସାଂସଦ ସପ୍ତଗିରି ଉଲାକା କହିଛନ୍ତି। ସପ୍ତଗିରିଙ୍କୁ ଦା୍ୱିତ୍ୱ ମିଳିଲା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି।

Rayagada | Saptagiri Ulaka | congress 

ରିପୋର୍ଟ: ଶିବ ପ୍ରସାଦ ଦୋରା