ବାଇକ୍ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର

କଲ୍ୟାଣସି˚ହପୁର: କଲ୍ୟାଣସି˚ହପୁର ଓ ଲାଞ୍ଜିଗଡ ମୁଖ୍ୟ ରାସ୍ତାରେ ମୋଟର ସାଇକଲ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଗୁରୁତର ଆହତ ଦୁଇ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି।
ଆଦି ଅପରାହ୍ନ ପ୍ରାୟ ୩ଟା ସମୟରେ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ବଣ୍ତେଲି ଗ୍ରାମର ଡିଙ୍ଗ ମାଝି, ସନାର ମାଝି, ହରି ମାଝି ବାଇକ୍(ଓଆର ୦୮ଜି ୯୬୫୨)ରେ କଲ୍ୟାଣସି˚ହପୁର ଆସୁଥିବା ବେଳେ ସିଙ୍ଗାରି ଗ୍ରାମ ରାସ୍ତାରେ ଦ୍ରୁତଗତିରେ ଆସି ନିୟନ୍ତ୍ରଣ ହରାଇ ଖସି ପଡିଥିଲେ। ତେବେ ଦୁର୍ଘଟଣାରେ ବଣ୍ତେଲି ଗ୍ରାମର ଚାଳକ ଡିଙ୍ଗ ମାଝି(୪୮)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ଦୁହେଁ ସେମେଲଭଟ୍ଟା ଗ୍ରାମର ସନାର ମାଝି(୪୬) ଓ ଜଙ୍ଗଲମାଣ୍ତିପଟା ଗ୍ରାମର ହରି ମାଝି(୩୮)ଙ୍କୁ ନିକଟସ୍ଥ ଖରଜୁଡା ଗ୍ରାମର ଲୋକମାନେ ଆସି ଉଦ୍ଧାର କରିବା ସହ ପୋଲିସ, ୧୦୮ ଓ ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ। ଦମକଳ ଗାଡି ଆସି ତିନି ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସନାର ମାଝି ଓ ହରି ମାଝିଙ୍କ ଅବସ୍ଥା ସ˚ଙ୍କଟାପନ୍ନ ଥିବାରୁ ଡାକ୍ତର ଚିନ୍ମୟୀ ଲିମା ରାୟଗଡା ଜିଲ୍ଲା ଚିକିତ୍ସାଳୟକୁ ପଠାଇ ଦେଇଛନ୍ତି। ଏହି ଘଟଣାରେ କଲ୍ୟାଣସିହପୁର ଥାନାରେ ଏକ ମାମଲା ରୁଜ କରି ତଦନ୍ତ କରୁଥିବା କହିଛନ୍ତି ଥାନା ଅଧିକାରି କପିଳେଶ୍ବର ବେହେରା। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବିଭାଗର ଓଆଇସି ଚକ୍ରଧର କଅଁର, ଜୟକୁମାର ବେହେରା, ଏ.ଯୋଗେନ୍ଦ୍ର, ସୁଶିଲ କୁମାର ନାୟକ, ଜୟଦେବ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର