ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ଲିମାମେଡା ଗ୍ରାମ ନିକଟରେ ଏକ ବାଇକ ଦୁର୍ଘଟଣା ରେ ୨ ଜଣ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ହୋଇଥିବା କୁହାଯାଇଛି। ଗୁଣୁପୁର ଆଡୁ ବାଇକଟି ଆସୁଥିବା ବେଳେ, ରାସ୍ତାର ଏକ ମୋଡ଼ ନିକଟରେ ଥିବା ଗଛରେ ପିଟିହୋଇ ଏକ ବିଲ ମଧ୍ୟରେ ପଡ଼ିଥିବା ଦେଖିବାକୁ ମିଳିଛି।
ଆଜି ସକାଳେ ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବାହିନୀ ଓ ପୁଲିସକୁ ଖବର ଦେଇଥିଲେ। ମୃତ ଦୁଇଜଣ ବ୍ୟକ୍ତି ହେଲେ ଦଣ୍ଡୁଗୁଡା ଗ୍ରାମର ପ୍ରଫୁଲ୍ଲ ଶବର ଓ ଭୀଷ୍ମ ଶବର । ଅଗ୍ନିଶମ ବାହିନୀ ଶବକୁ ଉଦ୍ଧାର କରି ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/bike-1.jpg)