ଗୁଣପୁର/ଗୁଡ଼ାରି: ରାୟଗଡାର ପ୍ରସିଦ୍ଧ ମୀନାଝୋଲା ଶୈବପୀଠରେ ଗତକାଲି ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଜଣେ ମହିଳା ଭକ୍ତଙ୍କ ମୃତ୍ୟୁ ଘଟିଛି। ବାଇକରୁ ଖସି ବସ ଚକା ତଳେ ପଡିବାରୁ ମୃତ୍ୟୁ ଘଟିଛି। ମୃତ ମହିଳା ଆନ୍ଧ୍ର ବିଜୟନଗରମ୍ ଜିଲ୍ଲା ମନିମଖୋଲା ଗ୍ରାମର ପି.ଗୋବିନ୍ଦାଙ୍କ ପତ୍ନୀ ପି.ମଣି ବୋଲି ଜଣାପଡିଛି।
ଘଟଣା ଅନୁସାରେ, ମନିମଖୋଲା ଗାଁର ଏହି ଦମ୍ପତ୍ତି ବାଇକ୍ରେ ମୀନାଝୋଲା ଯାତ୍ରା ଦେଖିବାକୁ ଆସିଥିଲେ। ସନ୍ଧ୍ୟାରେ ଘରକୁ ଫେରିବା ସମୟରେ ବେଲମଗୁଡ଼ା ଗାଁ ନିକଟ ରାସ୍ତାରେ ଏକ ଖାଲ ଥିବାରୁ ବାଇକ୍ ଚାଳକ ହଠାତ୍ ବ୍ରେକ୍ ଦେବା ଫଳରେ ପଛରେ ବସିଥିବା ପତ୍ନୀ ପଟନରୁ ମଣି (୩୨) ଗାଡ଼ିରୁ ଖସି ତଳେ ପଡ଼ିଯାଇଥିଲେ। ଦୁର୍ଭାଗ୍ୟକୁ ସେହି ସମୟରେ ପଛପଟରୁ ଆସୁଥିବା ଗଣେଶ ନାମକ ଘରୋଇ ବସ ତାଙ୍କ ମୁଣ୍ଡ ଉପରେ ଚଢିଯାଇଥିଲା। ଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ସମ୍ପର୍କରେ ପୁଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଗୁଡ଼ାରି ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିବା ଜଣାପଡ଼ିଛି।
ବାଇକ୍ରୁ ଖସି ବସ୍ ଚକା ତଳେ ଜୀବନ ଗଲା
/sambad/media/post_attachments/wp-content/uploads/2018/02/bus-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)