ଭୁବନେଶ୍ବର : ରାୟଗଡ଼ା ଜିଲ୍ଲା ୩୨୬ ନଂ ଜାତୀୟ ରାଜପଥ ଅନ୍ତର୍ଗତ ଗୁମ୍ମା ଘାଟିରେ ବସ ଓଲଟି ୪ ପ୍ରବାସୀ ଶ୍ରମିକ ଗୁରୁତର ହୋଇଥିବା ଜଣାପଡିଛି । ଏହି ବସରେ ପ୍ରବାସୀ ଶ୍ରମିକମାନେ ବୌଦ୍ଧ ଓ ବଲାଙ୍ଗୀରରୁ ତାମିଲନାଡୁ ଯାଉଥିଲେ । ଏହି ପ୍ରବାସୀ ଶ୍ରମିକମାନ ଗତ ଲକଡାଉନ ସମୟରେ ଓଡ଼ିଶାକୁ ପଳାଇଆସିଥିଲେ । ଲକଡାଉନ ଶେଷ ହେବା ପରେ ସେମାନେ ନିଜ କର୍ମସ୍ଥଳୀକୁ ଫେରୁଥିବା ଜମାଯାଇଛି ।
ଗତ ମେ ମାସରେ ଏହି ଘାଟିରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଫେରୁଥିବା ଏକ ଗାଡ଼ି ଓଲଟି ପଡ଼ିବାରୁ ୯ ଜଣ ଶ୍ରମିକ ଆହତ ହୋଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/bus-accident-1୦.jpg)