ଏକ ଟ୍ରକରୁ ୪୪୦ କେଜି ଗଂଜେଇ ଜବତ କଲା ମୁନିଗୁଡ଼ା ପୁଲିସ

ରାୟଗଡ଼ା: ଆଜି ସକାଳେ ମୁନିଗୁଡ଼ା ପୁଲିସ ଏକ ଟ୍ରକରୁ ୪୪୦ କେଜି ଗଂଜେଇ ଜବତ କରିଛି। ଚନ୍ଦ୍ରପୁରରୁ ଟ୍ରକଟି ମୁନିଗୁଡ଼ା ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ଦେଖି ପୁଲିସ ପାଟ୍ରୋଲିଂ ଟିମ ଟ୍ରକଟିକୁ ଅଟକାଇ ଥିଲେ। ଟ୍ରକ ଡ୍ରାଇଭର, ହେଲପର ଫେରାର ହୋଇ ଯାଇଥିବା ବେଳେ ପୁଲିସ ଯାଞ୍ଚ କରି ଗଂଜେଇ ଜବତ କରିଛି। ବିସମକଟକ ଏସଡିପିଓ ଆକାଶ ଚନ୍ଦ୍ର ସାହୁ ଓ ମୁନିଗୁଡ଼ା ଥାନା ଅଧିକାରୀ ସୁଜ୍ଞାନୀ ସାହୁ ଏହି ଚଢ଼ାଉ କରି ଗଂଜେଇ ଜବତ କରିଛନ୍ତି। ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର