ରାୟଗଡ଼ା: ଗୁଡ଼ାରି ରେଞ୍ଚରୁ ମାଈ ହାତୀର ମୃତଦେହ ଉଦ୍ଧାର

ରାୟଗଡ଼ା: ଗୁଡ଼ାରି ରେଞ୍ଜ ଅନ୍ତର୍ଗତ ଦଳାବାରୀ ବନାଞ୍ଚଳରୁ ମଙ୍ଗଳବାର ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଦଳାବାରୀ ଗାଁ ନିକଟରେ ଥିବା ଜଙ୍ଗଲକୁ ଆଜି କିଛି ଲୋକ ଯାଇଥିବା ବେଳେ ମୃତ ମାଈ ହାତୀକୁ ଠାବ କରିଥିଲେ। ସେମାନେ ଘଟଣା ସଂପର୍କରେ ବନ ବିଭାଗକୁ ସୂଚନା ଦେଇଥିଲେ। ପରେ ଡିଏଫଓ ଦେବାର୍ଚ୍ଚନ ବେହେରାଙ୍କ ନେତୃତ୍ୱରେ ଫରେଷ୍ଟର ଓ ଗାର୍ଡମାନେ ମାଈ ହାତୀର ମୃତଦେହ ନିକଟକୁ ପହଞ୍ଚି ସ୍ଥିତି ଯାଞ୍ଚ କରିଥିଲେ।

ସମ୍ବନ୍ଧିତ ଖବର