ପେଟ୍ରୋଲ ପମ୍ପରେ ଠକେଇ ଅଭିଯୋଗ

ରାୟଗଡ଼ା: ଗୋଟିଏ ପଟେ ପେଟ୍ରୋଲ ଦର ହୁହୁ ବୃଦ୍ଧି ପାଇ ରାୟଗଡ଼ା ଜିଲ୍ଲାରେ ୮୫ ଟଙ୍କାରେ ପହଞ୍ଚି ଲୋକଙ୍କୁ କଷ୍ଟ ହେଉଥିବା ବେଳେ ଏଠାକାର ପେଟ୍ରୋଲ ପମ୍ପ ଗୁଡ଼ିକରେ କିରାସିନି ଅପମିଶ୍ରଣ ସହ ଅଧିକା ପଇସା ନେଇ କମ୍ ତେଲ ଦେଇ ଗ୍ରାହକଙ୍କୁ ଠକିବା ନିତି ଦିନରେ ପରିଣତ ହୋଇଗଲା।  ଆଜି କପିଳାସ ଛକ ନିକଟସ୍ଥ ଠକ୍କର ପେଟ୍ରୋଲ ପମ୍ପରେ ଜଣେ ଗ୍ରାହକଙ୍କ ଠାରୁ  ଅଧିକା ଟଙ୍କା ନେଇ କମ ତେଲ ଦେବା ଭଳି ଅଭିଯୋଗକୁ କେନ୍ଦ୍ର କରି ଦୀର୍ଘ ସମୟ ଧରି ହୋହାଲ୍ଲା ହୋଇଥିଲା। ଖବରରୁ ପ୍ରକାଶଯେ କଲ୍ୟାଣସି˚ହପୁର ବ୍ଲକ ପୋଲାମା ଗ୍ରାମର ଯୋଗେନ୍ଦ୍ର ତାରକା ପେଟ୍ରୋଲ ନେବା ପାଇଁ ଏକ ୧୦ ଲିଟର ଜର୍କିନ ନେଇ ଠକ୍କର ‌ପେଟ୍ରୋଲ ପମ୍ପକୁ ଯାଇଥିଲେ। ସେଥିରେ ୧୦ ଲିଟର ତେଲ ପକାଇବାକୁ କହିଥିଲେ। ତେବେ ଜର୍କିନ ଭର୍ତ୍ତି ନହେବାରୁ ଯୋଗେନ୍ଦ୍ର ସନ୍ଦେହ କରି ପଚାରିବାରୁ ଉଭୟଙ୍କ ମଧୢରେ ବଚସା ସହ ଠେଲାପେଲା ପର୍ଯ୍ୟନ୍ତ କଥାଯାଇଥିଲା।

ପେଟ୍ରୋଲ ପମ୍ପରେ ୮ଲିଟର ପକାଇ ୧୦ ଲିଟର କହି ଟଙ୍କା ମାଗୁଥିବା ନେଇ ଯୋଗେନ୍ଦ୍ର ଅଭିଯୋଗ କରିବାକୁ ନେଇ ଦୀର୍ଘ ସମୟରେ ଧରି ହଟ୍ଟଗୋଳ ମଧ୍ୟ ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ଗଣମାଧୢମ ପ୍ରତିନିଧି ମାନେ ପହଞ୍ଚି ଯୋଗାଣ ଅଧିକାରୀଙ୍କୁ ସୂଚନା ଦେବା ପରେ ଯୋଗାଣ ବିଭାଗର ଏଏସିଏସଓ ମୂରଲୀ କ୍ରୀଷ୍ଣା ରାଓ, ବିଶ୍ବନାଥ ସେନାପତି, ସ୍କ୍ବାର୍ଡ ଇନସପେକ୍ଟର ମନୋଜ କୁମାର ରଥ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଅପର ପକ୍ଷରେ ସମସ୍ତ ପେଟ୍ରୋଲ ପମ୍ପରେ ଯାଞ୍ଚ କରାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ପୁରୁେଷାତ୍ତମ ଲେଙ୍କା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟଯେ ଏଥିପୂର୍ବରୁ ଜିଲ୍ଲାରେ ପେଟ୍ରୋଲ ଓ ଡ଼ିଜେଲରେ କିରାସିନି ଅପମିଶ୍ରଣ କରିବା ଏବ˚ ତେଲ ପକାଉଥିବା ସମୟରେ ଠକୁଥିବା ଉପରେ ଅଭିଯୋଗ କରାଯାଇଥିଲେ ମଧୢ ଆଜି ପର୍ଯ୍ୟନ୍ତ କେହି ଜଣେ ହେଲେ ଦଣ୍ଡିତ ହେବା ଭଳି ନଜିର ନାହିଁ।

ସମ୍ବନ୍ଧିତ ଖବର