୩ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଚାଇଲଡ୍ ଲାଇନ୍, କାମ କରିବାକୁ ଆନ୍ଧ୍ରର ଗୁଣ୍ଟୁର ସହରକୁ ଯାଉଥିଲେ

ରାୟଗଡ଼ା : ରାୟଗଡ଼ା ବସଷ୍ଟାଣ୍ଡରୁ ଆଜି ଚାଇଲଡ୍ ଲାଇନ୍ କର୍ତ୍ତୃପକ୍ଷ ୩ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର ୩ ଜଣଙ୍କୁ ପୁଲିସ୍, ପ୍ରଶାସନର ସହଯୋଗରେ ଆଜି ସଂଧ୍ୟାରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଚାଇଲଡ୍ ଲାଇନର ସଂଯୋଜିକା କେ. ନୀଳାବେଣୀ ସୂଚନା ଦେଇଛନ୍ତି ।

ଆଜି ଅପରାହଣରେ ରାୟଗଡ଼ା ବ୍ଲକ୍ ମାଟିକଣା ପଞ୍ଚାୟତ ବାହାରାମ୍ବୁ ଗ୍ରାମର ୧୫ ଜଣ ଝିଅ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ସହରକୁ କାମ କରିବାକୁ ଯିବା ପାଇଁ ରାୟଗଡ଼ା ବସଷ୍ଟାଣ୍ଡରେ ପହଞ୍ଚିଥିଲେ। ଏ ସଂପର୍କରେ ଚାଇଲଡ୍ ଲାଇନ୍ କର୍ତ୍ତୃପକ୍ଷ ସୂଚନା ପାଇବା ପରେ ରାୟଗଡ଼ା ପୁଲିସ୍ ସହାୟତାରେ ବସଷ୍ଟାଣ୍ଡରେ ପହଞ୍ଚିଥିଲେ । ଚାଇଲଡ୍ ଲାଇନ୍ କାଉନସିଲର ପି. ପୂର୍ଣ୍ଣମାସୀ ସମସ୍ତ ଝିଅକୁ ପଚରାଉଚରା କରିବା ପରେ ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ ବୟସ ୧୮ ବର୍ଷରୁ ଅଧିକ ଥିବା ଜଣା ପଡିଥିଲା । ପୁଲିସ୍ ୧୨ ଝିଅକୁ ଛାଡ଼ି ଦେଇଥିବା ବେଳେ ଅବଶିଷ୍ଟ ୩ ନାବାଳିକାଙ୍କୁ ସର୍ଟ ଷ୍ଟେ ହୋମ୍ ସ୍ନେହାରେ ଅଟକ ରଖିଥିଲା। ଖବର ପାଇ ସଂଧ୍ୟାରେ ପରିବାର ଲୋକ ପହଞ୍ଚିବା ପରେ ସମସ୍ତଙ୍କୁ ଘରକୁ ଛାଡ଼ି ଦିଆଯାଇଛି ।

ସମ୍ବନ୍ଧିତ ଖବର