ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ :୧୪ଗ୍ୟାସ୍‌ ସିଲିଣ୍ଡର ଜବତ

ଗୁଣପୁର: ଗୁଣପୁରର କିିଛି ହୋଟେଲରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇ ବେଆଇନ ଭାବେ ରଖା ଯାଇଥିବା ୧୪ଟି ଗ୍ୟାସ୍‌ ସିଲିଣ୍ଡର ଜବତ କରାଯାଇଛି। ଗୁଣପୁର ଉପଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦେଶ କ୍ରମେ ଉପଖଣ୍ଡ ଯୋଗାଣ ଅଧିକାରୀ ବଜେନ୍ଦ୍ର ନାୟକଙ୍କ ନେତୃତ୍ୱରେ ଗୁଣପୁର ଓ ପଦ୍ମପୁର ଯୋଗାଣ ନିରୀକ୍ଷକଙ୍କ ଉପସ୍ଥିତିରେ ଆଜି ଗୁଣପୁରର କିଛି ହୋଟେଲରେ ଚଢାଉ କରାଯାଇଥିଲା। କିଛି ହୋଟେଲ ମାଲିକ କମର୍ସିଆଲ ପରିବର୍ତେ ଘରୋଇ ଗ୍ୟାସ୍‌ ସିଲିଣ୍ଡର ବ୍ୟବହାର କରୁଥିବା ଜଣାପଡିଥିଲା। ଏହି ଚଢାଉ ବେଳେ ମୋଟ ୧୪ଟି ଗ୍ୟାସ୍‌ ସିଲିଣ୍ଡର ଜବତ କରାଯାଇଥିଲା। ଏନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏସିଏସଓ ବଜେନ୍ଦ୍ର ନାୟକ ସୂଚନା ଦେଇଛନ୍ତି।

ସେହିପରି ଆଗାମୀ ଦିନରେ ଏଭଳି ଚଢାଉ ଜାରି ରହିବ ବୋଲି ମଧ୍ୟ ସେ କହିଛନ୍ତି।ଗୁଣପୁର,୨୯/୩(ଇମିସ): ଗୁଣପୁରର କିିଛି ହୋଟେଲରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇ ବେଆଇନ ଭାବେ ରଖା ଯାଇଥିବା ୧୪ଟି ଗ୍ୟାସ୍‌ ସିଲିଣ୍ଡର ଜବତ କରାଯାଇଛି। ଗୁଣପୁର ଉପଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦେଶ କ୍ରମେ ଉପଖଣ୍ଡ ଯୋଗାଣ ଅଧିକାରୀ ବଜେନ୍ଦ୍ର ନାୟକଙ୍କ ନେତୃତ୍ୱରେ ଗୁଣପୁର ଓ ପଦ୍ମପୁର ଯୋଗାଣ ନିରୀକ୍ଷକଙ୍କ ଉପସ୍ଥିତିରେ ଆଜି ଗୁଣପୁରର କିଛି ହୋଟେଲରେ ଚଢାଉ କରାଯାଇଥିଲା। କିଛି ହୋଟେଲ ମାଲିକ କମର୍ସିଆଲ ପରିବର୍ତେ ଘରୋଇ ଗ୍ୟାସ୍‌ ସିଲିଣ୍ଡର ବ୍ୟବହାର କରୁଥିବା ଜଣାପଡିଥିଲା। ଏହି ଚଢାଉ ବେଳେ ମୋଟ ୧୪ଟି ଗ୍ୟାସ୍‌ ସିଲିଣ୍ଡର ଜବତ କରାଯାଇଥିଲା। ଏନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏସିଏସଓ ବଜେନ୍ଦ୍ର ନାୟକ ସୂଚନା ଦେଇଛନ୍ତି। ସେହିପରି ଆଗାମୀ ଦିନରେ ଏଭଳି ଚଢାଉ ଜାରି ରହିବ ବୋଲି ମଧ୍ୟ ସେ କହିଛନ୍ତି।

ସମ୍ବନ୍ଧିତ ଖବର