ଭୁବନେଶ୍ୱର: ଆଜି ରାୟଗଡ଼ା ଜିଲ୍ଲାର ଅନେକ କଂଗ୍ରେସ ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର ସମସ୍ତ ନୂତନ ସଦସ୍ୟଙ୍କୁ ଉତରୀୟ ପ୍ରଦାନ କରି ଓ ଦଳୀୟ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କୋରାପୁଟ ସଂସଦୀୟ କ୍ଷେତ୍ରରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିଥିବା ଶ୍ରୀ ଅଭିନାଶ ଗମାଙ୍ଗୋ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦାନ କରିଛନ୍ତି । 

Advertisment

ଏହି ଅବସରରେ ରାୟଗଡା ଗୁଣୁପୁର ନିର୍ବାଚନମଣ୍ଡଳୀର ଯୁବ କଂଗ୍ରେସ ନେତ୍ରୀ ରୁନା ବାଉରୀ, କରୁଣାକର ଶବର, ସଞ୍ଜୀବ କୁମାର ଶବର, ବରିଷ୍ଠ ନେତା ଅମର କୁମାର ଶବର ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଆଜି ଏହି ମିଶ୍ରଣ ଦ୍ୱାରା ରାୟଗଡ଼ା ଜିଲ୍ଲାରେ ଦଳୀୟ ସଂଗଠନ ବୃଦ୍ଧି ପାଉଛି । ସମସ୍ତେ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ରାଜ୍ୟ ଓ ଦେଶକୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।

ଏହି ଅବସରରେ ରାଜ୍ୟ ଉପସଭାପତି ଅଶୋକ ମିଶ୍ର, ରାଜ୍ୟ ସାଧାରଣ ସଂପାଦକ ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସଂପାଦିକା ଶ୍ରୀମତୀ ସ୍ମୃତି ପଟ୍ଟନାୟକ, ରାୟଗଡା ଜିଲ୍ଲା ପ୍ରଭାରୀ ତଥା ପୂର୍ବତନ ବିଧାୟକ କେ.ନାରାୟଣ ରାଓ, ରାୟଗଡା ଜିଲ୍ଲା ସଭାପତି ଶ୍ରୀ ଗୋପି ଆନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।