ଟ୍ରକ ଧକ୍କାରେ ପୁଲିସ କନେଷ୍ଟବଳ ଗୁରୁତର

ରାୟଗଡ଼ା:ସନ୍ଧ୍ୟାରେ ରାୟଗଡା ଥାନା ସମ୍ମୁଖରେ ଗୋଟିଏ ଟ୍ରକ ଧକ୍କାରେ କନଷ୍ଟେବଳ ଦେବ ପାତ୍ର ଗୁରୁତର ଆହାତ ହୋଇଥିବା ଜଣାପଡ଼ିଛି। ଉଦ୍ଧାର ପରେ ତାଙ୍କୁ ରାୟଗଡା ଜିଲ୍ଲା ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଛନ୍ତି। ଏହି ସଂପର୍କରେ ଥାନା ଆଇଆଇସି ରବିନ୍ଦ୍ର କୁମାର ପାତ୍ର କହିଛନ୍ତି ଯେ କନଷ୍ଟେବଳ ଦେବ ପାତ୍ର ଥାନା ଭିତରକୁ ଯିବା ସମୟରେ ହଠାତ ଗୋଟିଏ ଟ୍ରକ ଆସି ତାଙ୍କୁ ଧକ୍କା ଦେଇଥିଲା। ସେ ତଳେ ପଡ଼ିଯିବାରୁ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କୁ ବ୍ରହ୍ମପୁର ନିଆଯାଉଛି ବୋଲି ଆଇଆଇସି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର