ଅରପଣା ଗ୍ରାମ ହତ୍ୟାକାଣ୍ଡର ରାୟ ପ୍ରକାଶ: ୩ ଜଣଙ୍କୁ ଆଜୀବନ ଓ ୨ ଜଣଙ୍କୁ ସଶ୍ରମ କାରାଦଣ୍ଡାଦେଶ

ରାୟଗଡ଼ା: ଶେଷଖାଲ ଥାନା ଅନ୍ତର୍ଗତ ଅରପଣା ଗ୍ରାମରେ ହୋଇଥିବା ହତ୍ୟାକାଣ୍ଡ ମାମଲାର ଆଜି ରାଏ ପ୍ରକାଶ ପାଇଛି । ଗତ ୨୦୧୭ ମସିହା ଡିସେମ୍ବର ୩୧ ତାରିଖରେ ଗ୍ରାମର ରତୁନୁ ଜିଲକାରାଙ୍କୁ ନିର୍ମମ ଭାବେ ହତ୍ୟା ମାମଲାରେ ଜିଲ୍ଲା ଦୌରାଜଜ ବିକ୍ରମ ପଟ୍ଟନାୟକ ମୁଖ୍ୟ ଅଭିଯୁକ୍ତ ବିଚାରଧୀନ କଏଦୀ ପୁନାଲୁ ସିରିକା, ବିନୋଦ ମାଣ୍ଡାଙ୍ଗି, ମରିଶି ଜିଲାକାରା ୩ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଏବଂ ଅନ୍ୟ ୨ଜଣ ସହଯୋଗୀ ରମେଶ ତାଡିଙ୍ଗି ଓ ରାମା କଣ୍ଡାଗରୀଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ରତୁନୁ ଜିଲାକାରା ଗ୍ରାମରେ ଗୁଣି ଗାରେଡି କରୁଥିବା ସନ୍ଦେହରେ ତାଙ୍କୁ କାଠ ଫାଳିଆରେ ଆକ୍ରମଣ କରି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ସରକାରୀ ଓକିଲ ଅଜିତ ପଟ୍ଟନାୟକ ଏହି ମାମଲାର ପରିଚାଳନା କରୁଥିଲେ ।

 

 

ସମ୍ବନ୍ଧିତ ଖବର