ଗୁଣପୁର,: ସିପିଆଇ(ଏମ୍) ଗୁଣପୁର ଶାଖା ପକ୍ଷରୁ ୧୧ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସ୍ଥାନୀୟ ପୁରୁଣା ଗୁଣପୁର ଛକ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ବାତ୍ୟା ତିତ୍ଲି ପ୍ରଭାବରେ ଚାଷୀକୂଳର ମେରୁଦଣ୍ଡ ଭାଙ୍ଗି ଯାଇଛି। ଅନେକ ଘର ଓ କାନ୍ଥ ଭାଙ୍ଗି ଯାଇଛି। ପ୍ରବଳ ବର୍ଷା ଓ ପବନରେ ବ୍ୟାପକ ଫସଲ ହାନି ହୋଇଛି। ଏଥିଯୋଗୁଁ ଚାଷୀ ଋଣ ପରିଶୋଧ ନେଇ ଚିନ୍ତାରେ ପଡିଛନ୍ତି। ଏହାର ତଦନ୍ତ କରାଯାଇ କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ଏବଂ ଚାଷୀଙ୍କ ଋଣ ଛାଡ କରିବା ପାଇଁ ସିପିଆଇ(ଏମ୍) କର୍ମୀ ମାନେ ଦାବି କରିଥିଲେ। କପା ଚାଷୀଙ୍କୁ ଏକର ପିଚ୍ଛା ୨୦ହଜାର ଟଙ୍କା ଆର୍ଥିକ ସହାୟତା, ଧାନ ଚାଷୀଙ୍କୁ ଏକର ପିଚ୍ଛା ୧୫ହଜାର ଟଙ୍କା, କାଜୁ ଚାଷ କରିଥିବା ଚାଷୀଙ୍କୁ ଏକର ପିଚ୍ଛା ୫ହଜାର ଟଙ୍କା, ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବ ପରିବାରକୁ ୨୫କିଲୋ ଚାଉଳ ୧ଟଙ୍କା ଦରରେ ପ୍ରଦାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ନିମନ୍ତେ ୩ଲକ୍ଷ ଟଙ୍କା ପ୍ରଦାନ, ଗୁଡାରି ବ୍ଲକ ପାଣିଡଙ୍ଗର ଠାରେ ବଂଶଧାରା ନଦୀ ଜଳକୁ ନେଇ ବ୍ୟାରେଜ୍ ନିର୍ମାଣ, ଗୁଡାରିରୁ ଚନ୍ଦ୍ରପୁର ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ, ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ଗୁଣପୁର ଠାରୁ ଭାୟା କୁଜେନ୍ଦ୍ରୀ ଦେଇ ରାୟଗଡାକୁ ରେଳପଥ ସଂଯୋଗୀକରଣ, ରାମନାଗୁଡା ବ୍ଲକ ଅମଡିଙ୍ଗିରେ ପ୍ରାଥମିକ ଚିକିତ୍ସା କେନ୍ଦ୍ର ସ୍ଥାପନ ଭଳି ୧୧ଦଫା ଦାବି ନେଇ ଦଳୀୟ କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ବି.ଏସ ବଳିରାମଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହି ଶୋଭାଯାତ୍ରାରେ ସିପିଆଇ(ଏମ୍) ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକ, ରାଜ୍ୟ କମିଟି ସଦସ୍ୟ ଜଗନ୍ନାଥ ମିଶ୍ର, ସନ୍ତୋଷ ଦାସ, ପ୍ରଳୟ କୁମାର ବେହେରା, ଗଣପତି ତୋଇକା, ମେଘନାଦ ଶବର, ଶରତ ଚନ୍ଦ୍ର ତ୍ରିପାଠୀ, ଅଭିମନ୍ୟୁ ଲିମା ପ୍ରମୁଖଙ୍କ ସମେତ ପ୍ରାୟ ୧ହଜାର ଜନସାଧାରଣ ସାମିଲ ହୋଇଥିଲେ।
୧୧ଦଫା ଦାବି ନେଇ ସିପିଆଇ(ଏମ୍)ର ବିକ୍ଷୋଭ
/sambad/media/post_attachments/wp-content/uploads/2018/10/raygda1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)