ରାୟଗଡ଼ା: କିଛି ଦିନର ବ୍ୟବଧାନ ପରେ ରାୟଗଡ଼ା ସହରରେ ପୁଣି ଡରାଇବା ଆରମ୍ଭ କରିଛି ଡେଙ୍ଗୁ। ସହରର ପିଟିଲା ସାହି,ମହିଳା ମହାବିଦ୍ୟାଳୟ ପଛପଟରେ ଥିବା ରେଭିନ୍ୟିୁ କଲୋନୀ ଓ କସ୍ତୁରୀ ନଗର ଅଷ୍ଟମ ସାହିରୁ ଜଣେ ଲେଖାଁଏ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବା ନେଇ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅପରପକ୍ଷେ ଉକ୍ତ ୩ଟି ଅଂଚଳରେ ରାୟଗଡ ପୈାର ପରିଷଦ ପକ୍ଷରୁ ମଶାଧୂଆଁ ସିଂଚ୍ଛନ କରାଯାଇଥିବା ନେଇ ପରିମଳ ନିରୀକ୍ଷକ ବାଲାରାଜୁ ପ୍ରକାଶ କରିଛନ୍ତି । ଗତ ୫ଦିନ ମଧ୍ୟରେ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ଜ୍ୱର ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କ ଲକ୍ଷଣକୁ ନେଇ ରକ୍ତ ନମୂନା ପରୀକ୍ଷା କରାଯାଇଥିବା ବେଳେ ୩ ଜଣଙ୍କ ରକ୍ତ ନମୂନାରେ ଡେଙ୍ଗୁ ଭୂତାଣୁ ଚିହ୍ନଟ ହୋଇଥିବା ନେଇ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଭିବିଡି) ଡାକ୍ତର ବି.ଏଲ.ଏନ.ପୃଷ୍ଟି ସୂଚନା ଦେଇଛନ୍ତି ।
ବର୍ତମାନ ୩ଜଣ ରୋଗୀ ପରାମର୍ଶ ନେଇ ତାଙ୍କ ନିଜ ଘରେ ଚିିକିତ୍ସାଧୀନ ଥିବା ଡାକ୍ତର ଶ୍ରୀ ପୃଷ୍ଟି ସୂଚନା ଦେବା ସହ ସମସ୍ତ ଜନସାଧାରଣ ନିଜ ଘର ଚର୍ତୁପାଶ୍ୱର୍ରେ ଦୀର୍ଘ ଦିନ ଧରି ପାଣି ଜମା ରହୁଥିବା ସ୍ଥାନଗୁଡିକକୁ ସଫା ନ କରିବା ଦ୍ୱାରା ଡେଙ୍ଗୁ ଭୂତାଣୁ ବାହାକ ମଶାଗୁଡିକ ବଂଶବିସ୍ତାର କରି ଲୋକଙ୍କୁ ଆକ୍ରାନ୍ତ କରୁଥିବାରୁ ଜନସାଧାରଣ ଏଥିପ୍ରତି ସଚେତନତା ହେବାର ଆବଶ୍ୟକତା ରହିଛି । ତେଣୁ ଡେଙ୍ଗୁ ମଶା ଠାରୁ ଦୂରେଇ ରହିବା ପାଇଁ ନାଳ ନର୍ଦ୍ଦମା ସହ ନିଜ ଆଖପାଖ ଅଂଚଳଗୁଡିକ ସଫା ସୁତୁରା ସହ ପାଣି ଜମୁଥିବା ସ୍ଥାନଗୁଡିକକୁ ବିଶେଷ ଧ୍ୟାନ ଦେଇ ସେଗୁଡିକକୁ ନିୟମିତ ସଫା କରି ସଚେତନ ହେବା ପାଇଁ ଡାକ୍ତର ଶ୍ରୀ ପୃଷ୍ଟି ପ୍ରକାଶ କରିଛନ୍ତି । ରାୟଗଡ ପୈାର ପରିଷଦ ଅଧିନସ୍ଥ ୨୪ଗୋଟି ୱାର୍ଡରେ ପରିମଳ ବ୍ୟବସ୍ଥାକୁ ନେଇ ପୈାର ସଂସ୍ଥା ପକ୍ଷରୁ ସଫେଇ କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ସହରର ଅନେକ ସ୍ଥାନଗୁଡିକରେ ଅଳିଆ ଆର୍ବଜନା ସହ ନାଳନର୍ଦ୍ଦମାଗୁଡିକରେ ପାଣି ଜମି ରହୁଥିବା ବେଳେ ମୁଖ୍ୟ ବଜାର ସମତେ ଗାଡି ମରାମତି ଗ୍ୟାରେଜ ଆଦି ସ୍ଥାନଗୁଡିକରେ ପଇଡ,ଗାଡି ଟାୟାର ଆଦିରେ ଦୀର୍ଘ ଦିନ ଧରି ବ୍ୟବହୃତ ହେଉ ନ ଥିବା ପାଣି ଜମି ରହୁଥିବାରୁ ମଶା ବଂଶବିସ୍ତାର କରୁଥିବାରୁ ଡେଙ୍ଗୁ ଭୁତାଣୁ ବଂଶ ବୃଦ୍ଧି କରୁଛନ୍ତି । ପ୍ରକାଶ ଥାଉ କି,ଗତ ମେ ମାସରେ ରାୟଗଡ ଜିଲ୍ଳାର ମୁନିଗୁଡା ବ୍ଳକର ଟିକରପଡା, ରାୟଗଡ ଓ ବିଷମକଟକରୁ ମୋଟ ୬୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/dengue.jpg)