କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମହକୁମାର ଲମ୍ୱତା ସାହିର ରଘୁନାଥ ବିଷୟୀଙ୍କ ଘରେ ପଶି ଯାଇଥିବା ଗୋଟିଏ ଗୋଧିକୁ ବନ ବିଭାଗ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଛି। ସକାଳ ପ୍ରାୟ ୧୧ଟାରେ ନାଗାବଳୀ ନଦୀ ଅଞ୍ଚଳରୁ ଏହି ଗୋଧି ଘରକୁ ପଶି ଆସିଥିଲା। ରଘୁନାଥ ଏନେଇ ପାଖପଡ଼ୋଶୀଙ୍କୁ ଜଣାଇବା ସହ ବନ ବିଭାଗକୁ ଖବର ଦେଇଥିଲେ। ରେଞ୍ଜର ପ୍ରଫୁଲ୍ଲ କୁମାର ନାଏକ, ଫରେଷ୍ଟର ନରେଶ କୁମାର ପଟନାୟକଙ୍କ ନେତୃତ୍ବରେ ବନ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗୋଟିଏ ଗାତ ଭିତରେ ପଶି ଯାଇଥିବାରୁ ଉଦ୍ଧାର କରିବାରେ ବିଳମ୍ବ ହୋଇଥିଲା। ତେବେ ଉଦ୍ଧାର ପରେ ସ୍ବାସ୍ଥ୍ୟ ପରୀକ୍ଷା କରି ଅକ୍ଷୟ କୁମାର ମିଶ୍ର, ଦୁର୍ଯ୍ୟୋଧନ ବିଷୟୀ, ଲିମାକା ମୁନା ପ୍ରମୁଖ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିଲେ।
ଘରୁ ଉଦ୍ଧାର ହେଲା ଗୋଧି
/sambad/media/post_attachments/wp-content/uploads/2019/07/raygada12.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)