ରାୟଗଡ଼ା: ରବିବାର ପାହାନ୍ତା ପ୍ରାୟ ୪ଟା ବେଳେ ରାୟଗଡ଼ା ଥାନା ପୁଲିସ ସହ ଗୁଳି ବିନିମୟ କରି ଦୁର୍ଦ୍ଦାନ୍ତ ଅପରାଧୀ ଶିବ ଓରଫ ଏଚ୍‌. ଶିବ ଆହତ ହୋଇଛି।

Advertisment

ଗୁଳି ବିନିମୟରେ ସବ୍‌-ଇନ୍‌ସ୍‌ପେକ୍ଟର୍‌ ରିଗାନ୍‌ କିଣ୍ଡୋ ଏବଂ ହାବିଲଦାର ଦିଲୀପ ହୋତା ମଧ୍ୟ ଆହତ ହୋଇଛନ୍ତି।

ଶିବ ରାୟଗଡ଼ା ଜିଲ୍ଲାରେ ୫୦ ସରିକି ଅପରାଧିକ ମାମଲାରେ ସମ୍ପୃକ୍ତ। ନିକଟରେ ଅର୍ଥ ଦାବି କରି ସେ ସୋନପୁରର ଜଣେ ଯୁବକଙ୍କୁ ଅପହରଣ କରିଥିଲା।

publive-image

ତା’ର ଆଡ୍ଡାସ୍ଥଳ ସଂକ୍ରାନ୍ତରେ ସୂଚନା ପାଇ ପୁଲିସ ତାକୁ ଗିରଫ କରିବାକୁ ଉଦ୍ୟମ କରିବା ବେଳେ ସେ ପିସ୍ତଲ ଯୋଗେ ପୁଲିସ ଉପରକୁ ଗୁଳି ଚଳାଇଥିଲା। ଆତ୍ମରକ୍ଷା ପାଇଁ ପୁଲିସ ପାଲଟା ଗୁଳି ଚଳାଇବାରୁ ସେ ଆହତ ହୋଇଛି। ଗୁଳି ଚୋଟରେ ତା’ ଗୋଡ଼ ଜଖମ ହୋଇଛି।

ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ତା’ର ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ତାକୁ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌କୁ ରେଫର୍‌ କରାଯାଇଛି।

ମାମଲା ରୁଜୁ କରି ରାୟଗଡ଼ା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।