ଟିକିରି: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ନିଜେ ଚଲାଉଥିବା ଟ୍ରକ୍ ଓ ଏକ ଘର କାନ୍ଥରେ ଚାପି ହୋଇ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତ ଡ୍ରାଇଭର ଜଣକ ଜେକେପୁରର ମୋହନ ଲାଲ ସାହୁ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ଅାଜି ସକାଳେ ମୋହନ ଲାଲ ସାହୁ ନିଜ ଟ୍ରକ୍(ଓଆର ୧୮ଏ ୫୧୯୬) ଚଳାଇ କାଶୀପୁର ବ୍ଲକର ବାଙ୍କାମ୍ବ ଗ୍ରାମରୁ ନୀଳଗିରି କାଠ ଆଣିବାକୁ ବାହାରିଥିଲେ। କିନ୍ତୁ ମୁଣ୍ଡାଗାଁ ନିକଟରେ କୌଣସି କାରଣରୁ ରାସ୍ତା ଅବରୋଧ ହୋଇଥିବାରୁ ସେଠାରୁ ଗାଡି ଚଳାଇ ଟିକିରି ଫେରି ଆସିଥିଲେ। ଅନ୍ୟ ଏକ ବାଇପାସ୍ ରାସ୍ତା ଦେଇ ସ୍ଥାନୀୟ ଦୋରାସାହି ନିକଟସ୍ଥ ଷଡଙ୍ଗୀ ନ୍ୟୁ କଲୋନିରେ ପହଞ୍ଚିଥିଲେ। ଗାଡିରୁ ଓହ୍ଲାଇ କଲୋନିର ଜଣକୁ ରାସ୍ତା ପଚାରିବା ବେଳେ ନ୍ୟୁଟ୍ରାଲରେ ଥିବା ଟ୍ରକଟି କଲୋନି ଆଡକୁ ଗଡିବାରେ ଲାଗିଥିଲା। ଏହା ଦେଖିବା ପରେ ମୋହନ ଧାଇଁ ଯାଇ ଗାଡିର ଷ୍ଟିଅରିଂ ଧରି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଗାଡିଟି ଗଡିଯାଇ ଏକ ଘର କାନ୍ଥରେ ଧକ୍କା ଦେଇଥିଲା। ଡ୍ରାଇଭର ଗେଟ୍ ନିକଟରେ ଓହଳି ରହିଥିବା ମୋହନଙ୍କ ଉପରେ ଟ୍ରକ୍ ଓ କାନ୍ଥ ଚାପି ହୋଇଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ଟିକିିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ମୃତ ମୋହନଙ୍କ ପରିବାର ଲୋକ ପହଞ୍ଚିିବା ପରେ ଶବ ଜବତ କରାଯାଇ ବ୍ୟବଚ୍ଛେଦ କରାଯାଇଥିଲା। ଏନେଇ ଟିକିରି ଥାନାରେ କେଶ୍ ନଂ-୧୧୬/୧୮ ଅନୁଯାୟୀ ଏକ ମାମଲା ରୁଜୁ କରିବା ସହ ଟ୍ରକଟିକୁ ଅଟକ ରଖିଛି।
ଗଡ଼ୁଥିବା ଗାଡ଼ିକୁ ଅଟକାଇବାକୁ ଯାଇ ଟ୍ରକ୍ ଡ୍ରାଇଭର ମୃତ
/sambad/media/post_attachments/wp-content/uploads/2018/12/dumper-truck-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)