ଆୟ ବହିର୍ଭୂତ ସମ୍ପତ୍ତି ମାମଲା : ଯନ୍ତ୍ରୀ ଓ ପତ୍ନୀଙ୍କୁ ୨ ବର୍ଷ ଜେଲ୍‌

କଟକ/ରାୟଗଡ଼ା : ଆୟ ବହିର୍ଭୂୂତ ସମ୍ପତ୍ତି ମାମଲାରେ ଆଜି ଜୟପୁର ସ୍ୱତନ୍ତ୍ର ଭଜିଲାନ୍ସ କୋର୍ଟ କାଶୀପୁର ଆରଡ୍ଲ୍ୟୁଏସଏସର ସହକାରୀ ଯନ୍ତ୍ରୀ ଥିବା ଦାମୋଦର ମଲ୍ଲିକ (ରାୟଗଡା ଆରଡ୍ଲ୍ୟୁଏସଏସର ପୂର୍ବତନ ସହକାରୀ ଇଞ୍ଜିନିୟର) ଏବଂ ତାଙ୍କ ପତ୍ନୀ ରାୟଗଡା ଆଇସିଡିଏସ ସୁପରଭାଇଜର ଅନ୍ନପୂର୍ଣ୍ଣା ମଲ୍ଲିକଙ୍କୁ୨ ବର୍ଷ ଜେଲ ଓ ୫୦ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୬ମାସ ଜେଲ ଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି।

ଗତ ୨୦୧୨ ଏପ୍ରିଲ ୧୬ ତାରିଖରେ ଦୁର୍ନୀତି ନିବାରଣ ବଭାଗ ପକ୍ଷରୁ ଏହି ଦଂପତିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏମାନଙ୍କ ପ୍ରାୟ ୨୧ ଲକ୍ଷ ୭୭ ହଜାର ୮୯୩ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଥିବା ଅଭିଯୋଗ ହୋଇଥିଲା। ଯାହା କି ଉଭୟଙ୍କ ଆୟର ୫୬.୫ ପ୍ରତିଶତ ଅଧିକ ବୋଲି ଜଣାପଡିଥିଲା। ୧୯୯୧ ସେପ୍ଟେମ୍ବର ୨୧ରେ ଚାକିରିରେ ଯୋଗଦେବା ଠାରୁ ୨୦୧୧ ଫେବ୍ରୁଆରି ୨୫ ତାରିଖ ମଧ୍ୟରେ ଏହି ସଂପତ୍ତି ରଖିଥିବା ଯାଞ୍ଚରୁ ଜଣାପଡିଥିଲା। ୭ବର୍ଷ ଧରି ବିଚାର ପରେ ସ୍ୱତନ୍ତ୍ର ବିଚାରପତି ବାସୁଦେବ ପଣ୍ଡା ଆଜି ରାୟ ପ୍ରକାଶ କରିଛନ୍ତି। ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସରକାରୀ ଓକିଲ ଏମ୍‌.ବାଲାଜୀ ରାଓ ଏହି ମାମଲାକୁ ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର