ବିପୁଳ ପରିମାଣର ବସ୍ଫୋରକ ସାମଗ୍ରୀ ଓ ମଦ ଜବତ

ମୁନିଗୁଡା : ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ରାମନା କୁପୁଲି ଛକ ନିକଟରୁ ପୁଲିସ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛି। ଏହି ବିସ୍ଫୋରକ ଦ୍ରବ୍ୟ ସବୁ ଆଗୁଳ ପଞ୍ଚାୟତ ନିକଟରେ ଥିବା ଏକ ବଡ ଗ୍ରାଫାଇଟ ପାହାଡକୁ ଫଟାଇ ସେଥିରୁ ଗ୍ରାଫାଇଟ୍‌ ବାହାର କରିବା ନିମନ୍ତେ ଚାଲାଣ ହେଉଥିବା ଜଣାପଡିଛି। ଏଥିରେ ସଂପୃକ୍ତ କୋଦଳା ଗ୍ରାମର ଯୁଧିଷ୍ଠିର ମହାନ୍ତି ଓ ପୁରୀ ଜିଲ୍ଲା ଡେଲାଙ୍ଗର ସନ୍ତୋଷ ମହାପାତ୍ରଙ୍କୁ ପୁଲିସ ଗିରଫ କରିଛି। ପୁଲିସ ଏମାନଙ୍କ ଠାରୁ ୧୮୫ପ୍ୟାକେଟ ଜିଲୋଟିନ୍‌, ୨ବଣ୍ଡଲ ତାର ଓ ଗୋଟିଏ ବାଇକ୍‌ ଜବତ କରିଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସେହିପରି ମୁନିଗୁଡା ପୁଲିସ ପକ୍ଷରୁ ପାଟ୍ରୋଲିଂ ଚାଲିଥିବା ବେଳେ ନିକଟସ୍ଥ ଜାମରାଗୁଡା ଛକରୁ ବନମାଳି କୁଶୁଲିଆ ଓ ସୋନବାବୁ ସିକକାଙ୍କ ଠାରୁ ୩୬ଲିଟର ବିଦେଶୀ ମଦ ଜବତ କରିବା ସହ ଉଭୟଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରାଯାଉଛି।

ସମ୍ବନ୍ଧିତ ଖବର