ରାୟଗଡା :  ଜାଲ୍‌ ନୋଟ୍‌ ଜବତ ଘଟଣାରେ ରାୟଗଡା ଜିଲ୍ଲା ଚାନ୍ଦିଲି ପୁଲିସ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କୋଲନରା ପିପିଲି ସାହିର ଦଶବନ୍ତ ଜେନା ଓ ତାଙ୍କ ପୁଅ ରାଜମ ଜେନା, ଗୁଣପୁର ବ୍ଲକ ପୁଟାସିଂ ଅଞ୍ଚଳର ରାଜ କୁମାର ପାଣି। ସେମାନଙ୍କ ଠାରୁ ୯ଟି ଜାଲ ୫ଶହ ଟଙ୍କିଆ ନୋଟ ଓ ୩ଟି ମୋବାଇଲ ଜବତ କରାଯାଇଛି।   ଚାନ୍ଦିଲି ଥାନା ଆଇଆଇସି ମନୋଜ କୁମାର ବେହେରାଙ୍କ ସୂଚନା ଅନୁଯାୟୀ, ଗତକାଲି କୋଲନରା ବ୍ଲକ ଜିଂଜିଲିବାଡ଼ି ଚୈତ୍ର ଯାତ୍ରାରେ ରାଜମ ଜେନା  ୫ଶହ  ଟଙ୍କିଆ ନୋଟ ବଦଳାଇବାକୁ ନେଇ ଦୋକାନିଙ୍କ ସହ ଯୁକ୍ତିତର୍କ କରିଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ରାଜମଙ୍କୁ କାବୁ କରି ତାଙ୍କ ପକେଟରୁ ୫ଟି ଜାଲ ୫ ଶହ ଟଙ୍କିଆ ନୋଟ ବାହାର କରିଥିଲା। ଖୋଳତାଡ଼ କରିବାରୁ ଗୁଣପୁର ବ୍ଲକ ପୁଟାସିଂର ରାଜ କୁମାର ପାଣି ଉକ୍ତ ଟଙ୍କା ଆଣି ବଦଳ କରିବାକୁ ଦେଇଥିବା ଜଣାପଡିଥିଲା।  ପୁଲିସ କୋଲନରା ପିପିଲି ସାହିରୁ ରାଜ କୁମାର ପାଣି ଏବଂ ଦଶବନ୍ତ ଜେନାଙ୍କୁ ଥାନାକୁ ନେଇ ୩ଜଣଙ୍କୁ ପଚରା ଉଚୁରା ଆରମ୍ଭ କରିଥିଲା। ସେମାନଙ୍କ ଠାରୁ ୯ଟି ୫ଶହ ଟଙ୍କିଆ ଜାଲ ନୋଟ, ୩ଟି ମୋବାଇଲ ଫୋନ ସହ ନଗଦ ଟଙ୍କା ଜବତ କରିଥିଲା।