କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ପ୍ରଧାନୀଗୁଡା ଓ ଲଷ୍ମୀପୁର ମୌଜା ନିକଟରେ ଥିବା ୧୧୭ ଏକର ସରକାରୀ ଜମିକୁ ତହସିଲ ପ୍ରଶାସନ ପକ୍ଷରୁ ଏକଲବ୍ୟ ମଡେଲ ବିଦ୍ୟାଳୟ ନିମନ୍ତେ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ତହସିଲ ପ୍ରଶାସନ ପ୍ରଧାନୀଗୁଡା ଓ ଲଷ୍ମୀପୁର,ରେଖାଳିଗୁଡା ଗ୍ରାମ ମଧ୍ୟରେ ଥିବା ୧୧୭ ଏକର ସରକାରି ଜମି ମଧ୍ୟରୁ ମାତ୍ର ୧୫ ଏକର ଜମି ଏକଲବ୍ୟ ମଡେଲ ବିଦ୍ୟାଳୟ ନିମନ୍ତେ ସରକାରୀ ଜମି ଚୟନ କରିଥିଲେ। କିନ୍ତୁ ସମସ୍ତ ସରକାରୀ ଜମିକୁ କିଛି ଆଦିବାସୀ ବଳପୂର୍ବକ ଅତିଆର କରି ବିଭିନ୍ନ ଚାଷ କରି ଦୀର୍ଘ ବର୍ଷ ଧରି ନିଜ ପରିବାରର ଚଳି ଆସିଥିବାରୁ ଆମଠୁ ସରକାର ଜମି ନେଲେ କେମିତି ବଂଚିବୁ ବୋଲି କହି ମରିବୁ ପଛେ ଜମି ଛାଡ଼ିବୁ ନାହିଁ ବୋଲି ଚାଷୀମାନେ କହିଥିଲେ।
/sambad/media/post_attachments/wp-content/uploads/2022/10/fed26bfb-416a-408e-aac2-b9c2909dc73c.jpg)
ଏହାକୁ ନେଇ ସରକାରୀ ଜମିକୁ କିଛି ଅଂଶ ଜମି ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ରାୟଗଡ଼ାର ସଦର ତହସିଲଦାର ତାପସ ରାଉତ, କୋଲନର ତହସିଲଦାର ବିଘ୍ନରାଜ କହଁର, ସ୍ଥାନୀୟ ତହସିଲଦାର ସୁଧାକର ରଇତ, ରାଜସ୍ୱ ମାଜିଷ୍ଟ୍ରେଟଙ୍କ ସହ ମୁନିଗୁଡା ଏସଡିପିଓ ଅଶୋକ କୁମାର ସାହୁ, ରାୟଗଡ଼ା ଏସଡିପିଓ ଦେବ ଜୟତି ଦାଶଙ୍କ ସହ କଲ୍ୟାଣସିଂହପୁର ଥାନା ଅଧିକାରୀ ମୁକୁନ୍ଦ ଦେବ ନାୟକ ,ଅଧିକାରୀ ସୁକୁମା ହଂସଦା, ସୀମା ପ୍ରଧାନ, ଅନିତା ଫାଲୁଗୁ ଅଧିକାରୀଙ୍କ ସହ ଏକ ପ୍ଲାଟୁନ ମହିଳା ଓ ପୁରୁଷ ପୁଲିସ ମୁତୟନ କରାଯାଇ ଜିପିଏସ ମଧ୍ୟରେ ଜମି ଚିହ୍ନଟ କରାଯାଇଥିଲା। କିନ୍ତୁ କେଉଁ ଜମିରେ ନିର୍ମାଣ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇ ନାହିଁ। ଗତ ବର୍ଷ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଭର୍ଚୁଆଲ ମାଧ୍ୟମରେ ଭିତ୍ତି ପ୍ରସ୍ତର କରାଯାଇଥିଲା। ଜମି ଚିହ୍ନଟ ବିଳମ୍ବ କରୁଥିବାରୁ ଚଳିତ ମାସ ୧୩ ତାରିଖ ଦିନ ଜିଲାପାଳ ସ୍ୱଧା ଦେବ ସିଂ ପରିଦର୍ଶନ କରି ତୁରନ୍ତ ଜମି ଚିହ୍ନଟ କରିବା ପାଇଁ ସ୍ଥାନୀୟ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ ଉକ୍ତ ସରକାରୀ ଜମିରେ ଚାଷ କରୁଥିବା ଚାଷୀ ପୂର୍ବରୁ ବିରୋଧ କରି ଆସୁଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/3b44facd-a1b0-428d-bbf5-710db4d894d6.jpg)