ରାୟଗଡା: ରାୟଗଡା ରାମା ଟକିଜ୍ ନିକଟ ହରିଜନ ସାହିରେ ଆଜି ସର୍ଟ ସର୍କିଟ ଯୋଗୁ ଗ୍ୟାସ୍ତ ସିଲିଣ୍ଡର ଫାଟି ଯିବାରୁ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରୁ ନୀଳାଞ୍ଚଳ ବିଡିକାଙ୍କ ପରିବାର ସଦସ୍ୟ ବର୍ତି ଯାଇଥିବା ବେଳେ ସୁନା ଗହଣା ସମେତ ୨ ଲକ୍ଷ ଟଂକାର ଆସବାବପତ୍ର ପୋଡି ଯାଇଛି। ଖବର ପାଇ ରାୟଗଡା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣା ପଡିଛି। ପୂର୍ବାହ୍ନ ସାଢ଼େ ୧୦ଟାରେ ଏହି ଅଘଟଣ ଘଟିଥିଲା। ସର୍ଟ ସର୍କିଟ୍ ପରେ ଘରେ ନିଆଁ ଲାଗି ଯିବା ପରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହେବାରୁ ଘରର ଆଜବେଷ୍ଟ୍ ଉଡ଼ି ଯାଇଥିଲା। ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ହାବିଲଦାର ପୀତାମ୍ବର ସାହୁ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ଅଗ୍ନିକାଣ୍ଡରେ ନୀଳାଞ୍ଚଳଙ୍କ ସାର୍ଟିଫିକେଟ୍ ସମେତ ୨ ଲକ୍ଷ ଟଂକାର ସୁନା, ଗହଣା, ୱାସିଂ ମେସିନ୍, ଟିଭି, ଆଲମିରା ଓ ପ୍ୟାଣ୍ଟ୍ ସାର୍ଟ, ଶାଢ଼ୀ ପୋଡି ଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp