ରାୟଗଡ଼ା: ଆଜି ଭୋରରେ ରାୟଗଡ଼ା ସହର କପିଳାସ ଛକ ନିକଟରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ନଟରାଜ ହାର୍ଡୱେର ଷ୍ଟୋରରେ ନିଆଁ ଲାଗି କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଛି। ରାୟଗଡ଼ା ଓ କୋଲନରା ଅଗ୍ନିଶମ ବାହିନୀର ୩ଟି ଟିମ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ୩ ଘଣ୍ଟାର ଉଦ୍ୟମ ପରେ ନିଆଁ ଆୟତ୍ତ ହୋଇଛି।
ଗତକାଲି ରାତିରେ ଦୋକାନ ମାଲିକ ବ୍ୟବସାୟ ସାରି ଷ୍ଟୋର ବନ୍ଦ କରି ଘରକୁ ଯାଇଥିଲେ। ଭୋର ୪ ଟାରେ ଦୋକାନରୁ ଧୂଆଁ ବାହାରୁ ଥିବା କିଛି ଲୋକ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର ଗୋଟିଏ ଟିମ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ଅନ୍ୟ ଦୁଇଟି ଟିମ ପହଞ୍ଚିଥିଲେ। ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଅଗ୍ନିକାଣ୍ଡରେ ଷ୍ଟୋର ଭିତରେ ଥିବା ସମସ୍ତ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି।
ହାର୍ଡୱେର ଷ୍ଟୋରରେ ବଡ଼ ଧରଣର ଅଗ୍ନିକାଣ୍ଡ: ପୋଡ଼ିଗଲା କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ
/sambad/media/post_attachments/wp-content/uploads/2022/10/hard.jpg)