ଅମ୍ବାଦଳା : ଜେଲ୍ ଫେରନ୍ତାକୁ ଗୁଳି କରି ହତ୍ୟା

ଅମ୍ବାଦଳା : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ମଇଝୋଲା ଗ୍ରାମରେ ଗତକାଲି ରାତିରେ ଗୁଳିକାଣ୍ଡ ଘଟିଛି। ଗୁଳିମାଡ଼ରେ ଜେଲ୍ ଫେରନ୍ତା ସୁନ୍ଦରଫୁଲ ଗୌଡ଼ (୪୬)ଙ୍କ ମୃତ୍ୟୁ ହୋଇଛି। ଅମ୍ବାଦଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡଗ୍‌ ସ୍କ୍ବାଡ୍‌, ସାଇଣ୍ଟିଫିକ୍ ଟିମ୍ ଜରିଆରେ ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ଗତକାଲି ରାତିରେ ସୁନ୍ଦରଫୁଲ ନିଜ ପୁଅ ଗୋବିନ୍ଦଙ୍କ ସହ ଘରେ ଶୋଇଥିବା ବେଳେ କୌଣସି ଦୁର୍ବୃତ୍ତ ଘରେ ପଶି ଅତି ନିକଟରୁ ସୁନ୍ଦରଙ୍କ ଉପରକୁ ଗୁଳି ଚଲାଇଥିଲେ। ଗୋବିନ୍ଦଙ୍କ ମା’ ଶାନ୍ତି ଗୌଡ଼ ସଂପର୍କୀୟଙ୍କ ବାହାଘର ଉତ୍ସବରେ ଯୋଗଦେବା ପାଇଁ ଲାଞ୍ଜିଗଡ଼ ଯାଇଥିଲେ।

ସମ୍ବନ୍ଧିତ ଖବର